ମାଲକାନଗିରି, ୨୭।୭: ମାଲକାନଗିରି ଜିଲ୍ଲାକୁ ଆଜି ଦକ୍ଷିଣାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଗସ୍ତ କରି ଜିଲ୍ଲାର ବିଭିନ୍ନ ଥାନାର ନୂତନ ଗୃହ ଓ ଇଂଟେଲିଜେନ୍ସ ବିଭାଗର ନୂତନ ଗୃହ ଗୁଡିକ ଉଦଘାଟନ କରିଛନ୍ତି । ଶ୍ରୀ ମୀନା ମାଲକାନଗିରି ଜିଲ୍ଲାର ଇଂଟେଲିଜେନ୍ସ ଓ ଅପରେସନ ସେଲ, ଓର୍କେଲ ଓ ପାପରମେଟଲା ଥାନାର ନୂତନ ଗୃହକୁ ଉଦ୍ଗାଟନ କରିଥିଲୋ ପାପରମେଟଲା ନୂତନ ଥାନା ଗୃହ ଉଦଘାଟନ ପରେ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ପୁଲିସ ସେବା ଭଲ ଭାବରେ ମିଳି ପାରିବ ବୋଲି ଡିଆଇଜି ଶ୍ରୀ ମିନା କହିଥିଲେ । ଏହା ପରେ ଏସ୍.ପି. ନିତେଶ ବାଧ୍ୱାନୀଙ୍କ ସହିତ ସ୍ୱାଭିମାନ ଅଞ୍ଚଳର ମାଓ ସମସ୍ୟାର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ବିଷୟ ଉପରେ ଅନୁଧ୍ୟାନ କରିଥିଲୋ ଜିଲ୍ଲାରେ ପୋଲିସର ସଫଳତା ଓ ମାଓ ଦମନ କ୍ଷେତ୍ରରେ ବିଭିନ୍ନ ବିଷୟରେ ଆଲୋଚନା ସହ ଆଗକୁ ଆସୁଥିବା ସହିଦ ସପ୍ତାହ କୁ ନେଇ ମଧ୍ୟ ଆଲୋଚନା ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.