ଚିତ୍ରକୋଣ୍ଡା: ଚଳିତ ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯନ୍ତ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରୁଛନ୍ତି । ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀ ମାନଙ୍କୁ ସହିଦର ଆଖ୍ୟା ଦେଇ ଦୁର୍ଗମ ଅଂଚଳରେ ସ୍ମୁତି ସ୍ତମ୍ଭ ନିର୍ମାଣ କରି ସ୍ମୁତି ସଭାର ଆୟୋଜନ କରାଯାଏ । ମାଓବାଦୀ ମାନେ ବିଛିନାଁ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଏକତ୍ରିତ କରି ମାଓ ସଭାର ଆୟୋଜନ କରନ୍ତି ଏବଂ ଗ୍ରାମବାସୀମାନଙ୍କୁ ମାଓ ସଙ୍ଗଠନରେ ସାମିଲ ପାଇଁ ଆହ୍ୱାନ ଦିଅନ୍ତି । ମାଓବାଦୀ ମାନେ ଏହି ସପ୍ତାହରେ ବିଗତ ଦିନ ମାନଙ୍କରେ ବହୁତ ହିଂସାକାଣ୍ଡ ଘଟାଇ ଆସୁଥିବା ନଜିର ରହିଛି। ହେଲେ ଚଳିତ ବର୍ଷ ଫିକା ପଡିଛି ମାଓବାଦୀଙ୍କ ସହିଦ ସପ୍ତାହ। ଚିତ୍ରକୋଣ୍ଡା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ କ୍ୟାମ୍ପ ପ୍ରତିଷ୍ଠା ହେବା ପର ଠାରୁ ଅଞ୍ଚଳରେ ମାଓବାଦୀ ପଛ ଘୁଞ୍ଚା ମାରିଛନ୍ତି। ପୂର୍ବରୁ ମାଓବାଦୀଙ୍କ ଏହି ସହିଦ୍ ସପ୍ତାହରେ ଲୋକେ ଭୟରେ ଦୋକାନ ବଜାର ଖୋଲୁନଥିଲେ । ସରକାରୀ ଓ ବେସରକାରୀ ବସ୍ ଚଳାଚଳ ବନ୍ଦ ରହୁଥିଲା। ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହେଉଥିଲେ। କିନ୍ତୁ ଚଳିତ ବର୍ଷ ଦୋକାନ ବଜାର ଖୋଲା ରହିବା ସହିତ ବସ୍ ଚଳାଚଳି ସ୍ଵାଭାବିକ୍ ରହିଛି । ଲୋକେ ମଧ୍ୟ ନିର୍ଭୟର ସହିତ ନିଜ ନିଜର ଦୌନନ୍ଦିନ କାର୍ଯ୍ୟ ସୁରୁଖୁରୁରେ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.