ବିଜୁ ଜନତା ଦଳରେ ବହୁ ଆଶାୟୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ବିଧାୟକ ପ୍ରାଥୀ ହେବା ପାଇଁ ବହୁ ଆଶାୟୀ ରହିଛନ୍ତି । ବିଜେଡି ଟିକେଟ ଅଶାୟୀଙ୍କ ମଧ୍ୟରେ ଆଗରେ ବର୍ତମାନ ମାଥିଲି ଜିଲ୍ଲା ପରିଷଦ ସଭ୍ୟା ତଥା ବିଜୁ ମହିଳା ଦଳର ସଭାନେତ୍ରୀ ଏବଂ ଗତଥର କଂଗ୍ରେସ ଦଳରୁ ଲଢ଼ି ମାତ୍ର ୨ ହଜାର ଭୋଟରେ ହାରିଥିବା ଲକ୍ଷ୍ମୀପ୍ରିୟା ନାୟକ, ବିଧାୟକ ପୂର୍ଣଚନ୍ଦ୍ର ବାକାଙ୍କ ପୁଅ ତଥା ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ଚନ୍ଦ୍ର ବାକା, ପୂର୍ବତନ ବିଧାୟକ ବଣ୍ଡା ଜନଜାତିର ଉଚ୍ଚ ଶିକ୍ଷିତ ଯୁବକ ଡମ୍ବରୁ ଶିଶା, ଉଚ୍ଚ ଶିକ୍ଷିତ ପରଜା ଆଦିବାସୀ ସଂପ୍ରଦାୟର ଯୁବକ ଲକ୍ଷ୍ମୀନାରାୟଣ ମୁଦୁଲି ପୋଲିସ ଚାକିରି ଛାଡି ସମାଜସେବା ଓ ରାଜନୀତି ପାଇଁ ମନ ବଳାଇ ଟିକେଟ ଦୋୖଡରେ ସାମିଲ ହୋଇଛନ୍ତି । ସେ ହେଉଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲିଙ୍କ ପୁତ୍ର । ସ୍ୱାଭିମାନ ଅଞ୍ଚଳର ଝିଅ ବର୍ତମାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ମଧ୍ୟ ବିଜେଡ଼ରୁ ଆଶାୟୀ ଥିବା ଜଣାପଡିଛି । ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବଂଶୀଧର ମୁଦୁଲି ମଧ୍ୟ ଟିକେଟ ଦୌଡ଼ରେ । ସେହିପରି ୨୦୨୪ ନିର୍ବାଚନ ପାଇଁ ଚିତ୍ରକୋଣ୍ଡାରୁ ବିଜୁ ଜନତା ଦଳର ବିଧାୟକ ପ୍ରାଥୀ ପାଇଁ ବହୁ ଆଶାୟୀ ଅଛନ୍ତି । ସେଥି ମଧ୍ୟରୁ ବର୍ତମାନ ଚିତ୍ରକୋଣ୍ଡା ବ୍ଲକ ଉପାଧ୍ୟକ୍ଷ ପଦ୍ମନାଭ ଦାମୀ ଆଶାୟୀଙ୍କ ଦୌଡ଼ରେ ଥିବା ଜଣାପଡିଛି । ସେ ୨୦୨୪ରୁ ବିଜୁ ଜନତା ଦଳରେ ସକ୍ରୀୟ କର୍ମୀ ଭାବରେ ସେ କାମ କରୁଛନ୍ତି । ଚିତ୍ରକୋଣ୍ଡା ବକ୍ର ପାପୁଲୁର, କୁରମାନୁର, କପାତୁଟି, ଗୁଣ୍ଠାବାଡା, ନୂଆଗୁଡା, ଦୋରାଗୁଡା, ଚିତ୍ରକୋଣ୍ଡା, ଟନେଲକ୍ୟାମ୍ପ ୮ଟି ପଞ୍ଚାୟତରେ କେମିତି ବିଜୁ ଜନତା ଦଳ ମଜବୁତ ହେବ ସେଥି ପାଇଁ ଗାଁ ଗାଁରେ ସଭା ସମିତି କରି ଲୋକଙ୍କୁ ନଵୀନ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ସେମାନଙ୍କ ସମସ୍ୟା ଗୁଡିକୁ ଶୁଣି ତାହାର ସମାଧାନ ପାଇଁ ବ୍ଲକ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଜଣାଇ ସମସ୍ୟା ଗୁଡିକ କାର୍ଯ୍ୟକାରୀ କରୁଛନ୍ତି । ଚିତ୍ରକୋଣ୍ଡା ବ୍ଲକର ପାପୁଲୁର ପଞ୍ଚାୟତରୁ ନିଦନ୍ଦ ଭାବରେ ସମିତି ସଭ୍ୟ ଜିତି ଚିତ୍ରକୋଣ୍ଡା ବ୍ଲକ ଉପାଧ୍ୟକ୍ଷ ହେଲେ । ଆଉ ବ୍ଲକ୍ରେ ବିଜୁ ଜନତା ଦଳ କେମିତି ଆଗକୁ ମଜବୁତ ହେବ ସେଥିପାଇଁ ଦିନ ରାତି ପରିଶ୍ରମ କରିବା ସହ ଯୁବ ଗୋଷ୍ଠୀଙ୍କୁ ଉତ୍ସାହିତ କରୁଛନ୍ତି । ଯଦି ଆସନ୍ତା ନିର୍ବାଚନରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ କରନ୍ତି ତେବେ ନୀଚୀତ ଭାବରେ ଏକ ବିରାଟ ବିଜୟ ଦେଖିବାକୁ ପାଇବେ ଚିତ୍ରକନ୍ଦାବାସୀ ବୋଲି କହିଛନ୍ତି ପଦ୍ମନାଭ ଆଉ ଦଳର ମୁଖିଆ ଯାହାକୁ ବି ଟିକେଟ ଦିୟନ୍ତି ତାକୁ ସେ ହୃଦୟରୁ ସହ ଗ୍ରହଣ କରି ବିଜୁ ଜନତା ଦଳର ପ୍ରାଥୀ ଯେପରି ୨ ହଜାର ନୁହେଁ ୨୦,୦୦୦ ଭୋଟ ବ୍ୟବଧାନରେ ଜିତିବେ ସେଥିପାଇଁ ଏବେଠାରୁ ଚେଷ୍ଟା ଜାରି ରଖିଛି ।

Leave A Reply

Your email address will not be published.