ମାଲକାନଗିରି: ତା ୩୧.୦୭.୨୦୨୩: ମାଲକାନଗିରି ଜିଲ୍ଲା କଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତରେ ଥିବା ଡଃ.ଏସ.ପି. ଡିଗ୍ରୀ କଲେଜରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ନିଶା ନିବାରଣ କିପରି ସାମାଜିକ ବିପତ୍ତି ବିପର୍ଯୟ ସୃଷ୍ଟି କରିଥାଏ ସେ ସମ୍ପର୍କରେ କଲେଜର ଅଧକ୍ଷା ଶ୍ରୀମତୀ ପ୍ରବାସିନି ମହାପାତ୍ର ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ I ଗୁଟୁଖା, ଖଇନି, ପରି ଅନ୍ୟାନ୍ୟ ନିଶା ଦ୍ରବ୍ୟ ବ୍ଯବହାର କିପରି କର୍କଟ ରୋଗର କାରଣ ହୋଇଥାଏ ସେନେଇ ସତର୍କ ରହିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀମନ୍ତ ମହାପାତ୍ର, ତାରିଣୀ ଚରଣ ମହାନ୍ତି (ଇତିହାସ), ଶତ୍ରୁଘ୍ନ ପ୍ରଧାନ (ଇଂରାଜୀ ), ଡେମୋନଷ୍ଟେଟର ଲକ୍ଷ୍ମୀ ପ୍ରସାଦ ବାରିକ, ଲାଇବ୍ରେରୀୟାନ ସନ୍ତୋଷ କୁମାର ପାତ୍ର, ପି.ଟି. ଅମିୟ ସରକାର , କିରାଣୀ ପ୍ରଦୀପ କୁମାର ପ୍ରଧାନ, ବ୍ରଜେନ ମିର୍ଧା ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Next Post