ମାଲକାନଗିରି: ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ସିନ୍ଦ୍ରୀମାଳ ପଞ୍ଚାୟତର ଚମ୍ପାଖାରି ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହେମନ୍ତ ଖିଲଙ୍କ ଦୁଇ ବର୍ଷର ପୁଅ ଶୁଭମ ଖିଲ ନିକଟରେ ଥିବା ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସୂଚନା ମୁତାବକ ସକାଳେ ପରିବାର ଲୋକ ନିତ୍ୟକର୍ମ କାର୍ଯ୍ୟରେ ବ୍ୟସ୍ତ ରହିଥିଲା ବେଳେ ପୁଅ ଶୁଭମକୁ ଘରେ ଖୋଜିଲା ବେଳକୁ ଘରେ ମିଳିନଥିଲା । ପରେ ପରିବାରବର୍ଗ ସାହି ପଡିଶା ଖୋଜା ଖୋଜି ପରେ ଭି ପୁଅ ଶୁଭମକୁ ପାଇନଥିଲେ । ଗ୍ରାମ ବାସି ମାନେ ଖୋଜା ଖୋଜି ପରେ ନିକଟରେ ଥିବା ଏକ ପୋଖରୀରେ ଶୁଭମର ମୃତ ଶରୀର ପଡିଥିବାର ଦେଖି ତାକୁ ଉଦ୍ଧାର କରିଥିଲେ। ପରେ ତାକୁ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପରେ ମୃତ ଶରୀରକୁ ପୋଷ୍ଟମଟମ ପାଇଁ ପଠାଯାଇଥିଲା ଏହି ଘଟଣା ପରେ ଚମ୍ପାଖାରି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post