ପ୍ରଶ୍ନପତ୍ର ଲିକ୍ ମାମଲା: ବାଲେଶ୍ୱର ଏସପି କହିଲେ ପୂରା କାହାଣୀ; ଅନଲାଇନ୍ ଷ୍ଟଡି ଗ୍ରୁପକୁ ଟାର୍ଗେଟ କରୁଥିଲେ ଦଲାଲ

ବାଲେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ତଦନ୍ତ ଯେତେ ଆଗଉଛି, ସେତେ ନୂଆ ତଥ୍ୟ  ଆସିବାରେ ଲାଗିଛି  । ଦଲାଲମାନେ କେମିତି ଅନଲାଇନ ଷ୍ଟଡି ଗ୍ରୁପକୁ ଟାର୍ଗେଟ କରୁଥିଲେ ତାର ପୂରା କାହାଣୀ କହିଛନ୍ତି ବାଲେଶ୍ୱର ଏସପି । ପୋଲିସର କହିବା ଅନୁସାରେ, ଯୋଜନାବଦ୍ଧ ଭାବେ ହ୍ୱାଟସଆପ, ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ସାଇଟରେ ଖୋଲିଥିବା ଅନଲାଇନ ଷ୍ଟଡି ଗ୍ରୁପରେ ବିଭିନ୍ନ ନିଯୁକ୍ତି ବିଜ୍ଞାପନ ଦେଉଥିଲେ ଦଲାଲ । ତାପରେ ସେମାନେ ଗ୍ରୁପରେ ଥିବା ପିଲାଙ୍କ ସହ ଯୋଗାଯୋଗ କରୁଥିଲେ ।  କଥାବାର୍ତା ପରେ ବିଭିନ୍ନ ଚାକିରି ପାଇଁ ହେଉଥିବା ପରୀକ୍ଷାରେ ପାସ କରାଇ ଦେବାର ପ୍ରଲୋଭନ ଦେଖାଉଥିଲେ । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଡିଲ କରୁଥିଲେ । ଡିଲ୍ ଫାଇନାଲ ହେଲେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଉଥିଲେ ।

  • ‘ଶିକ୍ଷକ ବନିଥିଲେ ଦଲାଲ’ 
  • ଗିରଫ ସଂଖ୍ୟା ୨୫କୁ ବୃଦ୍ଧି

ଓଏସଏସସି ପ୍ରଶ୍ନପତ୍ର ଲିକ ମାମଲାରେ ବାଲେଶ୍ୱର ପୁଲିସ ଆହୁରି ୮ଜଣଙ୍କୁ ଗିରଫ କରିଛି । ଏହାସହ ଗିରଫ ସଂଖ୍ୟା ୨୫ରେ ପହଞ୍ଚିଛି ।  ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ପ୍ରାଇମେରୀ ସ୍କୁଲର ୪ ଜଣ ଶିକ୍ଷକ ରହିଛନ୍ତି । ପୂର୍ବରୁ ୨ଜଣ ଗିରଫ ହୋଇଥିବାବେଳେ, ପରେ ଆଉ ୨ଜଣ ଶିକ୍ଷକଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ, ଅଭିଯୁକ୍ତମାନଙ୍କର ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଫ୍ରିଜ୍ କରାଯାଇଛି ।

ଜୁଲାଇ ୧୬ତାରିଖରେ ଏହି ମାମଲାରେ ପଶ୍ଚିମବଙ୍ଗ ସୀମାନ୍ତରୁ ୯୨ ପରୀକ୍ଷାର୍ଥୀଙ୍କ ସହ ୯ ଜଣଙ୍କୁ ପୋଲିସ ଗିରଫ କରିଥିଲା । ପରେ ପ୍ରଶ୍ନପତ୍ର ଲିକ୍ ମାମଲାର ମୁଖ୍ୟ ଅଭିଯୁକ୍ତ ବିହାର ପାଟନାସ୍ଥିତ ଆକାଉଣ୍ଟସ୍ ଜେନେରାଲ ଅଫିସର ବିଶାଲ କୁମାର ଚୌରାସିଆ ସମେତ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ଏବଂ ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷାକୁ ରଦ୍ଦ କରାଯାଇଛି । ତେବେ ଅଭିଯକ୍ତଙ୍କୁ ରିମାଣ୍ଡରେ ଆଣିବା ସହ ସିନ ରିକ୍ରିଏସନ ବି କରାଯିବ ବୋଲି କହିଛନ୍ତି ବାଲେଶ୍ୱର ଏସପି ।

Leave A Reply

Your email address will not be published.