ଅଦାଲତ ଅବମାନନା ଓ ଆକ୍ରମଣ ଘଟଣା ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ମାଲକାନଗିରି, ୮।୮: ଅଦାଲତ ଅବମାନନା ଓ ଆକ୍ରମଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ସୂଚନା ଅନୁଯାୟୀ, ମାଲକାନଗିରି ସଦର ଥାନା ଅଧୀନ ଚାଲାନଗୁଡ଼ା ପଞ୍ଚାୟତର ଏମ୍‌ଭି-୪୪ ଗାଁର ମାଧବ ବାଲା, ଯାଦବ ବାଲା ଓ ତାଙ୍କ ପରିବାର ବାଙ୍କିଗୁଡ଼ାର ଝରଣା ମଣ୍ଡଳଙ୍କ ଜମି ଓ ସରକାରୀ ଜମିକୁ ଜବରଦଖଲ କରି ଘର କରିଥିଲେ । ଏ ସମ୍ପର୍କରେ ଝରଣା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅଦାଲତ ଝରଣାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ଜବରଦଖଲ ଉଚ୍ଛେଦ ନିମନ୍ତେ ଗତ ୪ ତାରିଖ ଦିନ ମାଲକାନଗିରି ରାଜସ୍ବ ନିରୀକ୍ଷକ ସେହି ସ୍ଥାନକୁ ଯାଇ ଉଚ୍ଛେଦ କରୁଥିବା ବେଳେ ଜବରଦଖଲକାରୀ ଓ ସେମାନଙ୍କ ପରିବାର ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଆସିଥିଲେ। ଭୟରେ ରାଜସ୍ୱ ନିରକ୍ଷକ ଏବଂ ଝରଣାଙ୍କ ପରିବାର ସମ୍ପୃକ୍ତ ସ୍ଥାନ ଛାଡ଼ି ଦୌଡ଼ି ପଳାଇଥିଲେ । ପରେ ଝରଣା ଏ ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆକ୍ରମଣରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।

Leave A Reply

Your email address will not be published.