ଭୁବନେଶ୍ୱର, ଅଗଷ୍ଟ ୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ପକ୍ଷରୁ ଗୁରୁବାର ଠାରୁ “ସଷ୍ଟେନେବଲ ଏନର୍ଜି ଆଣ୍ଡ ଫ୍ୟୁଚର ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍ (ସେଫେଟ-୨୦୨୩)” ଶୀର୍ଷକ ୪ ଦିନିଆ ତୃତୀୟ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ ହେବ । ଏଥିରେ ସାରା ବିଶ୍ୱରୁ ୫୦୦ ରୁ ଊର୍ଦ୍ଧ୍ୱ ଗବେଷକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ସମ୍ମିଳନୀରେ ଇଞ୍ଜିନିୟର, ଗବେଷକ, ବୈଜ୍ଞାନିକ ଓ ଶିକ୍ଷାବିତ୍ମାନେ ରିନ୍ୟୁବଲ୍ ଏନର୍ଜି, ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍, ପାୱାର ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକ୍ ଡ୍ରାଇଭ୍ସ, କଂଟ୍ରୋଲ୍ ଟେକ୍ନିକ୍ସ, ସ୍ମାର୍ଟ ଗ୍ରୀଡ୍ସ, କମ୍ୟୁନିକେସନ୍ ପ୍ରୋଟୋକଲ୍ସ, ଇନ୍ଟେଲିଜେନ୍ସ ଚାର୍ଜିଂ ଇନ୍ଫ୍ରାଷ୍ଟ୍ରକ୍ଚର ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ସମ୍ପର୍କରେ ନିଜର କାର୍ଯ୍ୟକୁ ପ୍ରଦର୍ଶନ କରିବା ସହ ଅଭିଜ୍ଞତା ଓ ଧାରଣାକୁ ବ୍ୟକ୍ତ କରିବେ ବୋଲି ସେଫେଟ୍-୨୦୨୩ର ଜେନେରାଲ୍ ଚେୟାର ପ୍ରଫେସର ରେଣୁ ଶର୍ମା କହିଛନ୍ତି ।
ୟୁନାଇଟେଡ୍ ଷ୍ଟେଟ୍ସ, ୟୁନାଇଟେଡ୍ କିଙ୍ଗଡମ୍, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଜାପାନ, ଚୀନ୍, ନେଦରଲ୍ୟାଣ୍ଡ, ତାଇୱାନ୍, କାତାର ଏବଂ ଥାଇଲାଣ୍ଡ ସହିତ ଅନ୍ୟ କେତେକ ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି ।
ଆଇଇଇଇ ଇଣ୍ଡଷ୍ଟ୍ରି ଆପ୍ଲିକେସନ୍ସ ସୋସାଇଟି (ଆଇଏଏସ୍) ଏକ ସ୍ୱେଚ୍ଛାସେବୀ ପ୍ରୋତ୍ସାହିତ ଅନୁଷ୍ଠାନ ଯାହାକି ଇଞ୍ଜିନିୟରିଂ ବୃତିଧାରୀଙ୍କ ଦ୍ୱାରା ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ ସିଷ୍ଟମ୍ସର ଥିଓରି ଓ ପ୍ରାକ୍ଟିସ୍କୁ ଆଗକୁ ନେବା ନିମନ୍ତେ କାର୍ଯ୍ୟ କରିଥାଏ । ସେହିପରି ଆଇଇଇଇ ପାୱାର ଆଣ୍ଡ ଏନର୍ଜି ସୋସାଇଟି ଆଇଇଇଇର ସର୍ବ ପୁରାତନ ସୋସାଇଟି ଯାହାକି ଇଲେକ୍ଟ୍ରିକ୍ ପାୱାର ଓ ଏନର୍ଜି ସମ୍ପର୍କିତ ସାଇନ୍ଟିଫିକ୍ ଓ ଇଞ୍ଜିନିୟରିଂ ଜ୍ଞାନ ଉପରେ ଗୁରୁତ୍ୱ ଦେଇଥାଏ ।
ଆଇଇଇଇ ସେଫେଟ୍ରେ କିନୋଟ ଓ ପ୍ଲେନାରୀ ସେସନ୍, ଟେକ୍ନିକାଲ୍ ପେପର ପ୍ରେଜେନ୍ଟେସନ୍, ଇଣ୍ଡଷ୍ଟ୍ରି ସେସନ୍ସ ଓ ଆୱାର୍ଡସ ରହିବ ।
ଏହି ସମ୍ମିଳନୀଟି ଛାତ୍ରଛାତ୍ରୀ ଓ ଯୁବ ବୃତିଧାରୀଙ୍କ ନିମନ୍ତେ ନୂତନ ଜ୍ଞାନକୌଶଳ ଶିକ୍ଷା କରିବା ନିମନ୍ତେ ସୁଯୋଗ ପ୍ରଦାନ କରିବା ସହ ଏକ ଷ୍ଟାର୍ଟଅପ୍ ପ୍ରଦର୍ଶନୀର ପ୍ରସ୍ତୁତି କରାଯାଇଥିବା ପ୍ରଫେସର ଶର୍ମା କହିଛନ୍ତି ।
ଏହା ବ୍ୟତୀତ ବିଭିନ୍ନ ୱାର୍କସପ୍, ରାଉଣ୍ଡଟେବଲ୍ ଡିସ୍କସନ୍ ମଧ୍ୟ ପ୍ରଥମ ଥର ପାଇଁ ଆଇଇଇଇ ସ୍ମାର୍ଟ ଭିଲେଜ୍ (ଆଇଏସ୍ଭି) ଦ୍ୱାରା ପରିକଳ୍ପନା କରାଯାଇଥିବା ସେ କହିଛନ୍ତି ।
ପ୍ରଫେସର ଶର୍ମା କହିଛନ୍ତି ଏହି ସମ୍ମିଳନୀ ପାଇଁ ମୋଟ ୫୧୦ଟି ସନ୍ଦର୍ଭ ସଂଗୃହୀତ କରାଯାଇଥିବା ବେଳେ ୨୫୧ଟିକୁ ଆଇଇଇଇ ଏକ୍ସପ୍ଲୋର୍ରେ ପ୍ରକାଶନ ପାଇଁ ମନୋନୀତ କରାଯାଇଛି ।
ଏହି ସମ୍ମିଳନୀରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରୀୟ ବିଶ୍ୱବିଦ୍ୟାଳୟ ଭାରତୀୟ ଏବଂ ବିଦେଶୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଗବେଷଣା ଓ ନୂତନ ଜ୍ଞାନକୌଶଳ ଦିଗରେ ସୁଯୋଗ ପ୍ରଦାନ କରିବ ।
ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି ନୂତନ ଧାରାରେ ବିଭିନ୍ନ କ୍ଷେତ୍ରକୁ ନେଇ ବୈଜ୍ଞାନିକ ଗବେଷଣାର ଗୁରୁତ୍ୱ ନେଇ ସଚେତନ କରାଇବା ବୋଲି ପ୍ରଫେସର ଶର୍ମା କହିଛନ୍ତି ।