ପଞ୍ଚାୟତ ଉପନିର୍ବାଚନ: ଶାସକ ଫେଲ

କଟକ, (ନୃସିଂହ ଚରଣ ଦାସ): ୯ ତାରିଖରେ ପଡ଼ିଥିଲା ଭୋଟ। ଆଜି ବାହାରିଥିଲା ନିର୍ଯାସ। ଆଉ ଫଳାଫଳରେ ଶାସକ ଫେଲ୍ । ପ୍ରଶ୍ନ ଉଠୁଛି କିଏ ଶାସକ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ । ମାହାଙ୍ଗାର ବାହୁବଳୀ ବିଧାୟକ ପ୍ରତାପ ଜେନା ହାରିଛନ୍ତି ଗୋତରା ପଞ୍ଚାୟତ ଉପନିର୍ବାଚନ । ଯେଉଁ ପଞ୍ଚାୟତ ଦଳୀୟଗଡ ଥିଲା, ତାହା ଏବେ ପଦ୍ମ ଶିବିରରେ । ଠିକ ସେହିପରି ପଦ୍ମ ଦଳର ଗଡଥିବା ନୃତାଙ୍ଗ ପଞ୍ଚାୟତ ଏବେ ବିଜେଡ଼ି କବଜାରେ। ଉଭୟ ପଞ୍ଚାୟତରେ ଶାସନରେ ଥିବା ନେତାଙ୍କୁ ହାରର ମୁଁହ ଦେଖିବାକୁ ମିଳିଛି। ଏହା କଣ ଓଭର କନ୍ଫିଦଡେଣ୍ଟ ନା ଲୁଜ ମ୍ୟାନେଜମେଣ୍ଟ। ଯାହାକି ସମୟ କହିବ । କିନ୍ତୁ ବାସ୍ତବତା ଏହା ଯେ ଗୋତାର ପଞ୍ଚାୟତରୁ ବିଜେପି ସମର୍ଥିତ ସୂର୍ଯ୍ୟକାନ୍ତ ପଣ୍ଡା ୨୫୧ ଖଣ୍ଡ ଭୋଟ ପାଇ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ସେହିପରି ନୃତ୍ତାଙ୍ଗ ପଞ୍ଚାୟତରେ ବିଜେପି ସମର୍ଥିତ ରଣଜିତ ବରାଳ ବିଜେଡ଼ି ସମର୍ଥିତ ପବିତ୍ର ବରାଳଙ୍କ ଠାରୁ ୧୨୭ ଖଣ୍ଡ ଭୋଟରେ ହାରିଛନ୍ତି । ଏହି ଫଳାଫଳ ପରେ ମାହାଙ୍ଗା ରାଜନୀତି ସରଗରମ ହୋଇଛି।

Leave A Reply

Your email address will not be published.