ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରତୀ ପୁତ୍ର ସମ୍ମାନରେ ସମ୍ମାନିତ

କୋଟପାଡ଼: କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ଏମସିଏଲ ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରତୀ ପୁତ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଚାଷୀଙ୍କ ଉନ୍ନତି ସହ ଆର୍ଥିକ ସ୍ଥିତିର ସୁଧାର ଆଣିବା ବେକାର ସମସ୍ୟl ଦୂରୀକରଣ ସରକାରଙ୍କ ରାଜସ୍ୱ ବୃଦ୍ଧି ଏବଂ ଅଞ୍ଚଳର ବିକାଶକୁ ନେଇ ଏକ ବର୍ଷରୁ ଉର୍ଦ୍ଧ ଦିନ ହେବ ଶ୍ରୀ ମହାନ୍ତି ଦିନରାତି ଯେଉଁ ଭଳି ଭାବରେ ପ୍ରୟାସ ଜାରି ରଖିଥିଲେ । ଏହି ଅବସରରେ ଗତ ଦୁଇ ଦିନ ଧରି ମୁମ୍ବାଇ ଠାରେ ବିଶ୍ୱ ବାୟୋ ଫୁଏଲ ଦିବସ ଉପଲକ୍ଷେ ଏମସିଏଲ ପକ୍ଷରୁ ସମ୍ମିଳନି ଅନୁଷ୍ଠିତ ହୋଇଥିଲା। ଭାରତର 22ଟି ରାଜ୍ୟର ଏମସିଏଲ ନିର୍ଦେଶକ ମାନେ ଯୋଗ ଦେଇଥିଲେ । ଉକ୍ତ ସମ୍ମିଲନୀରେ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରତୀ ପୁତ୍ର ସମ୍ମାନ ପ୍ରଦାନ କରାଯାଇଛି।

Leave A Reply

Your email address will not be published.