ସ୍ୱାଧୀନତା ଦିବସରେ ପାଟକୁରାର ଦୁଇ ପ୍ରତିଭା ସମୀକ୍ଷା ଓ ଶୁଭଲଷ୍ମୀ ସମ୍ବର୍ଦ୍ଧିତ

ପାଟକୁରା, ତା ୧୫/୦୭: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ଅଧିନ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସ୍ବାଧିନତା ଦିବସ ଅବସରରେ ଏକ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସକାଳେ ଜାତୀୟ ପତାକା ଉତ୍ତୋଳନ ଓ ପରେ ପରିଚାଳନା ଟ୍ରଷ୍ଟି ଡ.ରୁଦ୍ର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ପାଇଥିବା ବସନ୍ତପୁର ଗ୍ରାମର ମନୋଜ ମହାପାତ୍ର ଏବଂ ସଂଯୁକ୍ତା ମହାପାତ୍ରଙ୍କ ସୁକନ୍ୟା ସମୀକ୍ଷା ମହାପାତ୍ର ଓ ନିଟରେ ସଫଳତା ପାଇଥିବା ନରଡା ଗ୍ରାମର ବ୍ରଜ କିଶୋର ସାହୁ ଏବଂ କୁନିଲତା ପୃଷ୍ଟି ଙ୍କ ସୁକନ୍ୟା ଶୁଭଲକ୍ଷ୍ମୀ ସାହୁଙ୍କୁ ବରିଷ୍ଠ ସାମ୍ବାଦିକ ଶ୍ରୀ ନିଳୟକାନ୍ତ ମହାପାତ୍ର ଏବଂ ଛୋଟ ପରଦାର ଅଭିନେତା ଶ୍ରୀ ମୁକ୍ତିକାନ୍ତ ମହାପାତ୍ର ମାନପତ୍ର ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ବେଳେ ଅଦୈତ ସ୍ମାରକୀ ଟ୍ରଷ୍ଟ ତରଫରୁ ପ୍ରତ୍ୟକଙ୍କୁ ଦଶ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଥିଲା । ଅତିଥିମାନେ ଉଭୟ ପ୍ରତିଭାଙ୍କ ଉତ୍ତରୋତ୍ତର ଉନ୍ନତି କାମନା ସହ ଉଜ୍ବଳ ଭବିଷ୍ୟତ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଦୀପ୍ତିରଂଜନ କାନୁନଗୋ, ଆଶିଷ ମହାନ୍ତି ଓ ରବୀନ୍ଦ୍ର ମହାପାତ୍ର, ସାମ୍ବାଦିକ ଦୀପକ କୁମାର ମହାପାତ୍ର ଆଶ୍ରୀର୍ବଚନ ଦେବାପରେ ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.