ଆମ ମଧ୍ୟରୁ ଅଧିକାଂଶଙ୍କ ପାଇଁ ପିଙ୍ଗଲି ଭେଙ୍କେୟା ଜାତୀୟ ତ୍ରିରଙ୍ଗା ଡିଜାଇନ୍ କରିଥିଲେ। ତେବେ ଅନେକ ଜାଣିନଥିବେ ଯେ ସୁରୈୟା ତୈୟବଜୀ ଶେଷରେ ପତାକାର ଫାଇନାଲ ଲୁକ୍ ତିଆରି କରିଥିଲେ। ସେତେବେଳ ପର୍ଯ୍ୟନ୍ତ ପତାକାର କୌଣସି ଜାତୀୟ ଚିହ୍ନ ନଥିଲା। ଜବାହରଲାଲ ନେହେରୁ ବଦରୁଦ୍ଦିନ ତୈୟବଜୀଙ୍କୁ ଉପଯୁକ୍ତ ଡିଜାଇନ୍ ଖୋଜିବା ପାଇଁ ଦାୟିତ୍ୱ ଦେଇଥିଲେ। ଏହି ପ୍ରକ୍ରିୟାରେ ଡାକ୍ତର ରାଜେନ୍ଦ୍ର ପ୍ରସାଦଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା ଆଉ ତୈୟବଜୀ ନିଜର ବିଚାର ପଠାଇବା ପାଇଁ ଦେଶର ବିଭିନ୍ନ କଳା ବିଦ୍ୟାଳୟକୁ ଚିଠି ଲେଖିଥିଲେ। ଆଜି ଆମେ ଯେଉଁ ଜାତୀୟ ପତାକା ବିଷୟରେ ଜାଣିଛୁ ତାହା କିଭଳି ୧୯୪୭ ମସିହା ଜୁଲାଇ ୧୭ ତାରିଖରେ ଅସ୍ତିତ୍ୱକୁ ଆସିଥିଲା ସେ ବିଷୟରେ ଟ୍ରେଭର ରାୟଲେ ନାମକ ଜଣେ ଇଂରେଜ ଐତିହାସିକ ତାଙ୍କ ପୁସ୍ତକ ‘ଦି ଲାଷ୍ଟ ଡେଜ୍ ଅଫ୍ ଦି ରାଜ’ରେ ଲେଖିଛନ୍ତି। ସେ ଲେଖିଛନ୍ତି, ଅଧିକାଂଶ ବ୍ରିଟିସ୍ ଜାତୀୟ ପ୍ରତୀକ ଦ୍ବାରା ପ୍ରଭାବିତ ହୋଇଥିଲେ। ବିଭିନ୍ନ ପ୍ରକାର ଚିହ୍ନ ପରେ ତ୍ରିରଙ୍ଗାରେ ଗାନ୍ଧୀଙ୍କ ଦ୍ୱାରା ବ୍ୟବହୃତ ଚରଖା ଚିହ୍ନ ଦିଆଯାଇଥିଲା କିନ୍ତୁ ଏହା ଏକ ଦଳୀୟ ଚିହ୍ନ ଥିଲା।
ତୈୟବଜୀ ଏହାକୁ ଭୁଲ ଭାବିଥିଲେ। ବହୁ ବୁଝାସୁଝା ପରେ ଗାନ୍ଧୀ ଚକ୍ର ପାଇଁ ରାଜି ହୋଇଥିଲେ କାରଣ ସମ୍ରାଟ ଅଶୋକ ହିନ୍ଦୁ ଓ ମୁସଲମାନଙ୍କ ଦ୍ୱାରା ସମାନ ଭାବରେ ପୂଜିତ ହେଉଥିଲେ। ପ୍ରଥମେ ନେହରୁଙ୍କ କାର୍ରେ ଉଡ଼ୁଥିବା ପତାକାକୁ ତୈୟବଜୀଙ୍କ ପତ୍ନୀ ସ୍ୱତନ୍ତ୍ର ଭାବେ ତିଆରି କରିଥିଲେ। ପ୍ରାରମ୍ଭିକ ଡିଜାଇନରେ କଳା ରଙ୍ଗର ଚକ୍ର ଥିଲା, କିନ୍ତୁ ପରେ ଏହାକୁ ନୀଳକୁ ପରିବର୍ତ୍ତନ କରାଯାଇଥିଲା। ୧୯୧୯ ମସିହାରେ ହାଇଦ୍ରାବାଦର ଏକ ପ୍ରତିଷ୍ଠିତ ମୁସଲିମ ପରିବାରରେ ସୁରୈୟା ତୈୟବଜୀଙ୍କ ଜନ୍ମ ହୋଇଥିଲା। ସେ ତାଙ୍କର କଳାତ୍ମକ ଦକ୍ଷତା ଏବଂ ଆଧୁନିକ ଚିନ୍ତାଧାରା ପାଇଁ ଜଣାଶୁଣା ଥିଲେ। ରୋଷେଇ, ସନ୍ତରଣ, ସିଲେଇ, ପାରିବାରିକ ନିବେଶ ଓ ଅର୍ଥାଭାବକୁ ଦକ୍ଷତାର ସହ ସମ୍ଭାଳିବା ପାଇଁ ମଧ୍ୟ ସେ ବେଶ୍ ପରିଚିତ ଥିଲେ। ‘ଦ ବାୟାର’ ଅନୁସାରେ ସୁରୈୟା ତୈୟବଜୀଙ୍କ ଜେଜେମା ଲେଡି ଆମେନା ହାଇଦରୀ ହାଇଦ୍ରାବାଦରେ ମୁସଲିମ ମହିଳାଙ୍କ ଶିକ୍ଷାକୁ ସମର୍ଥନ କରିଥିଲେ। ସେ ‘ମହବୁବିଆ’ ନାମକ ଏକ ପ୍ରତିଷ୍ଠାନକୁ ସମର୍ଥନ କରିଥିଲେ, ଯାହା ଉଭୟ ହିନ୍ଦୁ ଏବଂ ମୁସଲମାନ ମହିଳାଙ୍କ ପାଇଁ ପ୍ରଥମ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ।