କୋଟପାଡ଼ ସହରର ବିଭିନ୍ନ ସ୍ଥାନରେ ସ୍ଵାଧୀନତା ଦିବସ ମହା ସମରୋହରେ ପାଳିତ

କୋଟପାଡ଼: ସହରର ସରକାରୀ, ବେସରକାରୀ ଅନୁଷ୍ଠାନରେ ମହା ଆଡ଼ମ୍ବରରେ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା । କୋଟପାଡ଼ ବିଚାରାଳୟ ଠାରେ ବିଚାରପତି ଶ୍ରୀଯୁକ୍ତ ଦିଲୀପ କୁମାର ବାରିକ ପତାକା ଉତୋଳନ କରିଥିଲେ । ଏନ.ଏ.ସି ଅଫିସ ଠାରେ କୋଟପାଡ଼ ଏନ୍ ଏ ସି ଅଧ୍ୟକ୍ଷ ଏମ ଶଙ୍କର ରାଓ, ସ୍ଥାନୀୟ ଗାନ୍ଧି ଛକ ଠାରେ ଏମ ଏଲ୍ ଏ ଶ୍ରୀମତୀ ପଦ୍ମିନୀ ଦିଆନ ପତାକା ଉତୋଳନ କରିଥିଲେ । ସେହିପରି କଂଗ୍ରେସ ଅଫିସ, ବିଆରସି ଅଫିସ, ଏସ ଡି ଏମ ସ୍କୁଲ, ସରସ୍ଵତୀ ଶିଶୁ ମନ୍ଦିର, ଇଲେକ୍ଟ୍ରିକାଲ ଅଫିସ, ପିଏଚଡି ଅଫିସ ଓ ଅଟୋ ଷ୍ଟାଣ୍ଡ, ଗୋପବନ୍ଧୁ ପାଠାଗାର ଓ ଅନ୍ୟ ଅନୁଷ୍ଠାନ ମାନଙ୍କରେ ଅତି ଉଲ୍ଲାସରେ ପତାକା ଉତୋଳନ ହୋଇଥିଲା । ସନ୍ଧ୍ୟାରେ ସ୍ଥାନୀୟ କଲ୍ୟାଣୀ ମଣ୍ଡପ ଠାରେ ଫେନସି ଡ୍ରେସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରାଯାଇଥିଲା ।

Leave A Reply

Your email address will not be published.