ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଗୋ ପାଳନ ନିମନ୍ତେ ସହାୟତା

ମାଲକାନଗିରି, ୧୬।୮: ମାଲକାନଗିରି ଜିଲ୍ଲା ମିଶନ ଶକ୍ତି ବିଭାଗ ଓଡ଼ିଶା ଜୀବିକା ମିଶନ ଦ୍ବାରା କଟଲିଗୁଡା ଗ୍ରାମର ୬୨ ଜଣ ଗ୍ରାମବାସୀଙ୍କୁ ଗୋ ପାଳନ ନିମନ୍ତେ ସହାୟତା ପ୍ରଦାନ କରାଯାଇଛି। କଟଲିଗୁଡା ଗ୍ରାମର ଅଧିକାଂଶ ଲୋକ ଆର୍ଥିକ ସ୍ୱଚ୍ଛଳ ନୁହଁନ୍ତି। ୨୦୨୨ ମସିହାରେ ରାଜ୍ୟ ସରକାରଙ୍କ ସ୍ବପ୍ନର ପ୍ରକଳ୍ପ ମାଲକାନଗିରି ଏୟାରଷ୍ଟ୍ରିପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଯୋଗୁଁ ଏହି ଅଞ୍ଚଳର ୬୨ ପରିବାର ବିସ୍ଥାପିତ ହୋଇଥିଲେ। ଯାହା ଫଳରେ ଗ୍ରାମବାସୀମାନେ ନିଜର ଜୀବନ ଜୀବିକା ହରାଇଥିଲେ। ଏଣୁ ରାଜ୍ୟ ସରକାର ସେମାନଙ୍କ ଜୀବନ ଜୀବିକା ନିମନ୍ତେ ଗାଈ, କୁକୁଡ଼ା, ଛେଳି, ବତକ ପାଳନ ଓ ମାଛ ଚାଷ ଯୋଗାଇ ଦେବାର ଯୋଜନା ପ୍ରସ୍ତୁତ କରିଥିବା ବେଳେ ୭୭ତମ ସ୍ବାଧୀନତା ଦିବସ ଅବସରରେ ୩୦ ପରିବାରକୁ ୩୦ଟି ଗାଈ ପ୍ରଦାନ କରାଯାଇଛି। ଆଗାମୀ ଦୁଇ ମାସ ମଧ୍ୟରେ ଏଠାରେ ପାଖାପାଖି ୧୫୦ ଲିଟର କ୍ଷୀର ଉତ୍ପାଦନ ହୋଇ ପାରିବ ବୋଲି ଆଶା କରାଯାଉଛି। ଫଳରେ ଏହି ପରିବାର ଲୋକେ ରୋଜଗାର କ୍ଷମ ହୋଇପାରିବେ ବୋଲି ଓଡିଶା ଜୀବିକା ମିସନର ପରିଚାଳକ ପବିତ୍ର ମହୋନ ବାରା ପ୍ରକାଶ କରିଛନ୍ତି । ଏହି ଅବସରରେ ମାଲକାନଗିରି ବିଡିଓ ପ୍ରଭାତୀ ଝଡିଆଙ୍କ ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ପଶୁ ଚିକିତ୍ସା ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.