ସୋଆ ଏନ୍‌ସିସି ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର, ୧୬/୦୮: ୭୭ ତମ ସ୍ୱାଧୀନତା ଦିବସ ପାଳନ ଓ ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତିତ “ମେରା ମିଟି ମେରା ଦେଶ” କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭର୍ସିଟି (ସୋଆ)ର ଏନ୍‌ସିସି କ୍ୟାଡେଟ୍‌ମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୪ ଠାରେ ୫୦୦ଟି ଔଷଧୀୟ ଓ ଫଳଜାତୀୟ ବୃକ୍ଷରୋପଣ କରାଯାଇଛି ।

ପରିବେଶକୁ ସୁରକ୍ଷିତ ଓ ସବୁଜ କରିବା ଲକ୍ଷ୍ୟ ନେଇ ଏହି ବୃକ୍ଷରୋପଣର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଏନ୍‌ସିସି ଫୋର୍ଥ ଓଡ଼ିଶା ସିଟିସି ବାଟାଲିୟନ୍‌ର କମାଣ୍ଡିଂ ଅଫିସର କର୍ଣ୍ଣେଲ ଉମେଶ ମାରୱା ଉପସ୍ଥିତ ଥିଲେ । ଏହି ଅବସରରେ ସୋଆର ଆସୋସିଏଟ୍ ଏନ୍‌ସିସି ଅଫିସର ତଥା ଆଇଟିଇଆର୍‌ର ଇସିଇ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ସତୀଶ ସାମଲ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.