ଅବୈଧ କାଠ ଗଚ୍ଛିତ ସ୍ଥାନରେ ବନ ବିଭାଗର ଚଢଉ, ବିପୁଳ କାଠ ଜବତ

ମାଲକାନଗିରି, ୧୭।୮: ଆଜି ମାଲକାନଗିରି ବନ ବିଭାଗ ପକ୍ଷରୁ ଚଢଉ କରି ଅବୈଧ ରୂପେ ଗଛିତ ଥିବା ବିପୁଳ କାଠକୁ ଜବତ କରଯାଇଅଛି । ମିଳିଥିବା ସୂଚନା ଅନୁଯାୟୀ, କାଠ ଗଚ୍ଛିତ ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ବନାଞ୍ଚଳ ତରଫରୁ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି ୨୪ ଗ୍ରାମ ଠାରେ ମିଥୁନ କବିରାଜଙ୍କ ବାସଗୃହରେ ଏକ ଚଢଉ କରାଯାଇଥିଲା । ମାଳାକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲ୍ଲୀଙ୍କ ନିର୍ଦ୍ଦେଶରେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ତରେ ମାଲକାନଗିରି ବନାଞ୍ଚଳର ୨୦ ଜଣିଆ ଟିମ ଚଢାଉ କରିଥିଲେ । ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା କରାଯାଇଥିବା ସର୍ଚ ୱାରେଣ୍ଟ ବଳରେ ବନପାଳ ରାଜେଶ କୁମାର ଶେଠୀ ଏବଂ ଅନ୍ୟ କର୍ମଚାରୀ ତନଖି କରିଥିଲେ । ବ୍ୟକ୍ତିଙ୍କ ପରିବାର ରେଡରେ ସମ୍ପୂର୍ଣ ସହଯୋଗ କରିଥିଲେ । କବିରାଜ ଜଣେ ପେଶାଦାର କାଠ ବ୍ୟବସାୟୀ ବୋଲି ତଦନ୍ତରୁ ଜଣାପଡିଛି । ମିଥୁନଙ୍କ ଘରେ ଥିବା ସମସ୍ତ କାଠ ଚୋରା କାଠ ଥିବାର ପ୍ରମାଣିତ ହୋଇଛି । ଚଢଉ ବେଳେ ବିପୁଳ ଟିକ କାଠ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧,୫୦,୦୦୦ ଟଙ୍କା ହେବ । ଜବତ କାଠ ଗୁଡିକ ବନାଞ୍ଚଳ ଅଧିକାରୀଙ୍କ କର୍ଜ୍ୟାଳୟରେ ବନପାଳ ରାଜେଶ କୁମାର ଶେଠୀଙ୍କ ଜିମାରେ ରଖାଯାଇଛି । ଘଟଣାର ଉତ୍ସକୁ ପହଞ୍ଚିବା ନିମନ୍ତେ ବନ ବିଭାଗ ଏକ ଜଙ୍ଗଲ ମକଦମା ରୁଜୁ କରି ଅଧିକ ତଦନ୍ତ ଚାଲୁ ରଖିଛି । ଆଜିର ଏହି ଚଢଉରେ ମାଲକାନଗିରି ବନାଞ୍ଚଳର ବନପାଳ ଦିବାକର ଜେନା, ହୃଷୀକେଶ ପାଣିଗ୍ରାହୀ, ମନ୍ତୋଷ ଦେ, ସୁବାଶ ମଣ୍ଡଲ ଏବଂ ବନାଞ୍ଚଳର ସମସ୍ତ ବନରକ୍ଷୀ ଏବଂ ଜଙ୍ଗଲ ସୁରକ୍ଷା ସ୍ଵାକ୍ଡ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.