ଏବେ ଦଳୀୟ ଛାଟ, କେବେ ବନ୍ଧା ହେବେ ଶରତ

କଟକ, (ନୃସିଂହ ଚରଣ ଦାସ): କାଲି ଅଭିଯୋଗ। ଆଜି ମହିଳା କମିଶନଙ୍କ ଏତଲା। ଆଉ ୧୨ ଘଣ୍ଟା ନ ବିତୁଣୁ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ଆକ୍ସନ। ଦଳର ପ୍ରାଥମିକ ସଦସ୍ୟ ପଦରୁ ବିଦା କରିଛନ୍ତି ଶରତ ଓରଫ ଶରତ ନାୟକକୁ । ଇଏ ସେଇ ଶରତ ନାୟକ ଯାହାଙ୍କ ଆଙ୍ଗୁଳିରେ ନାଚୁଥିଲା ମାହାଙ୍ଗା ବିଜେଡ଼ି। ବ୍ଲକ ରାଜନୀତି ଠାରୁ କ୍ୟାପିଟାଲ ରାଜନୀତି ଯାଏ ବେଶ ଥିଲେ ସକ୍ରିୟ। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ହୋଇଥିଲେ ବ୍ଲକ୍ ଅଧ୍ୟକ୍ଷ। ଆଉ ଏହାରି ଭିତରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ଦୁର୍ନୀତିରେ ସାମିଲ ଥିବା ନେଇ ହୋଇଥିଲା ବାରମ୍ବାର ଅଭିଯୋଗ। ହେଲେ ସବୁ ଅଭିଯୋଗ ପଡୁଥିଲା ଡଷ୍ଟବିନରେ । ହେଲେ ଏବେ ହନୁ ସତ କହିଲା ଭଳି ନିଜ ଅଡିଓ ରେକଡିଂ ସାଜିଛି କଳସର୍ପ। ଜନୈକା ସ୍କୁଲ ଛାତ୍ରୀର ମୃତ୍ୟୁ ଛଡ଼ାଇ ନେଇଛି ରାଜନୈତିକ କ୍ଷମତା। ବାହୁବଳୀ ବିଧାୟକ୍ ପ୍ରତାପ ଜେନାଙ୍କ ଡାହାଣ ହାତ ଶରତ ହୋଇଛନ୍ତି ଦଳରୁ ନିଲମ୍ବିତ। ପ୍ରଶ୍ନ ଉଠୁଛି କାହା ସାହସରେ କରୁଥିଲେ ଏଭଳି ମନମାନି। ପୋଲିସ, ବିଡିଓ ତହସିଲଦାର ଓ ବିଇଓଙ୍କୁ ଶରତ ଦେଖାଉଥିଲେ ନାଲିଆଖି। ଖାଲି ସେତିକି ନୁହେଁ, ମାହାଙ୍ଗା ଡବଲ ହତ୍ୟା ଘଟଣାର ଷଡ଼ଯନ୍ତ୍ରରେ ଶରତ ସାମିଲ ଥିବା ଉଠୁଛି ଅଭିଯୋଗ। ଆଗକୁ ଶରତ ବନ୍ଧା ହେବେ ନା ବାହୁବଳୀ ବିଧାୟକଙ୍କ ଆଶ୍ରିବାଡ ଅଟୁତ ରହିବ ତାହା ଦେଖିବାକୁ ବାକି ରହିଛି।

Leave A Reply

Your email address will not be published.