ଶିଶୁ ମନ୍ଦିର ବିକାଶ ପାଇଁ ବହୁ ଜ୍ଞାନୀଗୁଣି ବୁଦ୍ଧିଜୀବୀ ନେଇ ଏକ କର୍ମଶାଳା ଅନୁଷ୍ଠିତ

ଚିତ୍ରକୋଣ୍ଡା: ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କୁ ସୁନ୍ଦର ଭାବରେ ଉତ୍ତମ ଶିକ୍ଷା ଦାନ ସହ ଭଲ ମଣିଷ ଟିଏ ଗଠନ ଦିଗରେ ଆଗେଇ ଚାଲିଥିଲା, ଗୁରୁଜୀ ଗୁରୁମାଙ୍କ କମ ପାରିଶ୍ରମକ ସତ୍ୱେ ମଧ୍ୟ ସମସ୍ତ ସରକାରୀ ବିଦ୍ୟାଳୟକୁ ପଛରେ ପକାଇ ପ୍ରତେକ କ୍ଷେତ୍ରରେ ସଫଳତାର ସହ ଆଗେଇ ଚାଲିଆସୁଥିଲା ଉକ୍ତ ଶିଶୁ ମନ୍ଦିରଟି l କରୋନା ପରେ ଉକ୍ତ ବେସରକାରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟଟିର ବହୁତ ପଛରେ ପଡ଼ି ରହିଛି l ଖୁବ କମ ଦିନ ହେଲା ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ପରିବର୍ତ୍ତନ ହେବା ପରେ ନୁର୍ତ୍ତନ ପରିଚାଳନା କମିଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବିକାଶ ପାଇଁ ଅଣ୍ଟା ଭିଡ଼ି ମୁଣ୍ଡ ଟେକିଛି, ସଭାପତି ଖିରୋଦ ବେହେରା, ସମ୍ପାଦକ ଶଶାଙ୍କ ଶେଖର କର, କୋଷାଧକ୍ଷ ହେମନ୍ତ ନାୟକ, ଉପ ସଭାପତି ଗୁରୁ ଚରଣ ଘଡ଼ାଇ, ଯୁଗ୍ମ ସମ୍ପାଦକ ମନୋଜ ପାତ୍ର ଏବଂ ବୈଦୁତିକ କମିଟି ସଦସ୍ୟ ରତ୍ନାକର ପ୍ରଧାନ, ହେମନ୍ତ କୁମାର ଭୂୟାଁ, ଦେବେନ୍ଦ୍ର ସାହୁ ଓ ଉତ୍ତମ ରାୟଙ୍କ ମିଳିତ ଉଦ୍ୟମରେ ଏକ ଭାଇଚାରା ଭାବରେ ସହଯୋଗର ହାତ ବଢ଼ାଇ ଚିତ୍ରକୋଣ୍ଡାର ବିଭିନ୍ନ ଜ୍ଞାନୀଗୁଣି, ବୁଦ୍ଧିଜୀବୀ, ପ୍ରଭାବଶାଳୀ ଵ୍ୟକ୍ତି ତଥା ଅଧିକାରୀଙ୍କୁ ଏକତ୍ରିତ କରି ଏକ କର୍ମଶାଳା ମାଧ୍ୟମରେ ଆଲୋଚନା କରି ବିଦ୍ୟାଳୟର ବିକାଶ ନିମନ୍ତେ ସହଯୋଗ ମାଗିଥିଲେ l ଚିତ୍ରକୋଣ୍ଡା ବ୍ଳକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୋଣ୍ଡା ସରପଞ୍ଚ ହରିମୋହନ ଖିଲ, ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକା, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ, ସହାୟକ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ବେହେରା, ମାଟିବନ୍ଧ ଯୋଜନା ପ୍ରକଳ୍ପ ଏସଡିଓ ଉମା ଶଙ୍କର ସାହୁ, ବନପାଳ ମୁର୍ତ୍ତୁଞ୍ଜୟ ସେଠି, ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ବହୁ ସରକାରୀ ତଥା ବେସରକାରୀ ଜ୍ଞାନୀଗୁଣି ଅଧିକାରୀ ଉପସ୍ଥିତ ରହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବିକାଶ ନିମନ୍ତେ ଯଥା ସମ୍ଭବ ସହଯୋଗର ହାତ ବଢାଇବା ପାଇଁ ସହମତି ପ୍ରକାଶ କରିଥିଲେ l ବିଦ୍ୟାଳୟଟିର ବିକାଶ ପାଇଁ ଉତ୍ତମ ଶିକ୍ଷା ଦାନରେ ପରିବର୍ତ୍ତନ ଆଣି ସ୍ଥିତି ସୁଧାରିବା ନିମନ୍ତେ ଅଗ୍ରସର ହେବା ପାଇଁ ଆଲୋଚନା ହୋଇଥିଲା l ଉକ୍ତ କର୍ମଶାଳାକୁ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବାନାମ୍ବର ପ୍ରଧାନ ଏବଂ ସହାୟକ ଗୁରୁଜୀ ସୁବାସ ମାଝୀ ପରିଚାଳନା କରିଥିଲେ l

Leave A Reply

Your email address will not be published.