ବିଶ୍ଵ ଫୋଟୋଗ୍ରାଫି ଦିବସ ପାଳିବା ଓ ଗଣମାଧ୍ୟମ ଫଟୋଗ୍ରାଫର ସୁରକ୍ଷାକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଟିତ

ମାଲକାନଗିରି: ବିଶ୍ଵ ଫୋଟୋଗ୍ରାଫୀ ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ସମସ୍ତ ଫଟୋଗ୍ରାଫର ମାନେ ଆଜି ଏକତ୍ରିତ ହୋଇ ସୁବାଷ ଛକ ର ଦାସ୍ କ୍ୟାଫେ ଠାରେ ଏକ ଆଲୋଚନା ହୋଇଥିଲା । ମାଓ ଅଞ୍ଚଳରେ କାମ କରୁଥିବା ହେତୁ ବିଭିନ୍ନ ଜାଗାରେ ଅକ୍ରସୋର ସିକ।ର ହୋଇଥିବାରୁ ନିଜର ସୁରକ୍ଷା ନିମନ୍ତେ ଆଲୋଚନା କରିଥିଲେ । ଓ ଏହି ଦିବସକୁ କେକ କାଟି ଫୋଟ ଉଠାଇ ଅତି ଧୁମଧାମରେ ପାଳନ କରିଥିଲେ ଓ ନିଜ ନିଜ ଭିତରେ ଶୁଭେଛା ଜଣେଇଥିଲେ । ଏଥିରେ ସମସ୍ତ ଗଣମାଧ୍ୟମର ଫଟୋଗ୍ରାଫର ଯୋଗ ଦେଇଥିଲେ । ନିଲୁ ପାଢ଼ୀ, ମୁଁନା ନେତାମ, ପ୍ରକାଶ ପଟନାୟକ, ବିକି ଶଗଡ଼ିଆ, ରାହୁଲ ଗୋଲୋରି, ସନ୍ତୋଷ ନାୟକ, ମାନସ ମାଝୀ, ପଙ୍କଜ ଖରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ମାଲକାନଗିରି ଭଳି ଏକ ମାଓ ପ୍ରବଣରେ ନିଜ ଜୀବନକୁ ବାଜି ଲଗାଇ ଖବର ସହ ଫଟୋଗ୍ରାଫି ସଂଗ୍ରହ କରି ସମାଜକୁ ଦିଗ ଦର୍ଶନ ପ୍ରଦର୍ଶନ କରିବା ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା ଗୁଡ଼ିକ ସରକାରଙ୍କ ନିକଟରେ ପହଞ୍ଚାଇବା ଆଦି କାର୍ଯ୍ୟ କରିଥାଆନ୍ତି । ଏବଂ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ଗଣମାଧ୍ୟମ ଫଟୋଗ୍ରାଫର୍ ମାନଙ୍କ ସମାଜରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିବାର ଉକ୍ତ ଆଲୋଚନାରେ ଆଲୋକପାତ କରାଯାଇଥିଲା ।

Leave A Reply

Your email address will not be published.