ମାଲକାନଗିରି: ଆଦ୍ୟ ତା ୧୯.୦୮.୨୦୨୩ ରିଖ ଶନିବାର ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡ଼ର ମିଳିତ ଆନୁକୂଲ୍ୟରେ
ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ ପାଇଁ ଜିଲ୍ଲାର ପ୍ରତି ଅଙ୍ଗନବାଡି କେନ୍ଦ୍ର ଓ ଶିଶୁ ଗୃହ ମାନଙ୍କରେ ଅଦ୍ବିକ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ଦ୍ୱାରା ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଜଳବାୟୁ ପରିବର୍ତ୍ତନ ପିଲାମାନଙ୍କୁ ପ୍ରଭାବିତ କରୁଛି। ପରିବାରରେ ରୋଜଗାର କମାଇଦେଉଛି, ପ୍ରାକୃତିକ ଦୁର୍ବପାକ ହେଲେ ପିଲାଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ମଧ୍ୟ ପ୍ରଭାବିତ ହେଉଛି। ଏଣୁ ଆଜି ସମଗ୍ର ଜିଲ୍ଲାର କିଶୋର କିଶୋରୀ ମାନେ ଗଛଟିଏ ଲଗେଇ ଜଳବାୟୁ ପରିବର୍ତ୍ତନକୁ ରୋକିବାର କ୍ଷୁଦ୍ର ଏକ ପ୍ରାୟାସ କରିଛନ୍ତି । ଏଥିରେ ମାଲକାନଗିରି ଜିଲ୍ଲାର ୧୩୨୪ଟି ଅଙ୍ଗନବାଡି କେନ୍ଦ୍ର ଏବଂ ୩ଟି ଶିଶୁ ଗୃହର ପ୍ରାୟ ୧୪,୦୦୦ ଜଣ କିଶୋର କିଶୋରୀ ମାନେ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ନିଜ ଅଂଚଳରେ ମିଳୁଥିବା ୧୫,୦୦୦ରୁ ଅଧିକ ଫଳ ଗଛ ରୋପଣ କରିଥିଲେ | ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ପରିସର ଓ ଗ୍ରାମର ବିଭିନ୍ନ ରାସ୍ତା କଡରେ ଏହି ବୃକ୍ଷରୋପଣ କରାଯାଇଥିଲା | ଏହା ସହିତ ଏହି ସବୁ ବୃକ୍ଷର ରକ୍ଷଣା ବେକ୍ଷଣ ପାଇଁ ମଧ୍ୟ ଶପଥ ପାଠ କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.
Next Post