ଗର୍ଭବତୀଙ୍କୁ ୮ କିମି କାନ୍ଧରେ ବୋହି ମେଡିକାଲ ଆଣିଲେ ଡ୍ରାଇଭର
ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡା ଘଟିରୁ ଆସିଲା ଅଭାବନୀୟ ଚିତ୍ର ପୁଣି କାନ୍ଧରେ ବୁହା ହେଲେ ଗର୍ଭବତୀ । ଖଇରପୁଟ ବ୍ଲକ ମୁଦୁଲିପଡା ଅର୍ଥାତ ବଣ୍ଡା ଘାଟିର କିଚପଡା ଗାଁର ବାବୁ କ୍ରିସାନିଙ୍କ ସ୍ତ୍ରୀ ଶୁକ୍ରୀ କ୍ରିସାନିଙ୍କୁ ଆଜି ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ୧୦୮କୁ କଲ କରିଥିଲେ, କିନ୍ତୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଠାରୁ ପ୍ରାୟ ୮ କିମି ଦୂରରେ ଅଟକି ରହିଯାଇଥିଲା । ଚାଷବାସ ସମୟ ଥୁବାରୁ ଗାଁରେ କୌଣସି ଲୋକ ଉପସ୍ଥିତ ନଥିଲେ । ତେଣୁ ବିଳମ୍ବ ନ କରି ନିଜେ ଆମ୍ବୁଲାନ୍ସ ଡ୍ରାଇଭର ନରେସ ସର୍ଦାର ଗାଁକୁ ଯାଇ କାଉଡ଼ିରେ ଭାର କରି ଶୁକ୍ରୀଙ୍କୁ ଖଇରପୁଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ । ଶୁକ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ପରାମର୍ଶକ୍ରମେ ପୁଣି ତାଙ୍କୁ ମାଥିଲି ମେଡିକାଲରେ ପହଞ୍ଚାଇଛନ୍ତି ନରେସ । ଏଭଳି ସେବା ମନବୃତି ପାଇଁ ସବୁ ମହଲରେ ପ୍ରଶଂସା ସାଉଁଟୁଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ନରେଶ ସରଦାର ।
Sign in
Sign in
Recover your password.
A password will be e-mailed to you.
Prev Post