ମଲ୍ଲିକେଶ୍ୱର ଶୈବ ପୀଠ ଉନ୍ନତିକରଣ ପାଇଁ ୨ କୋଟି ୨୧ ଲକ୍ଷ ୨୧ ହଜାର ଟଙ୍କା ଅନୁଦାନ ପାଇଥିବାରୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ କୃତଜ୍ଞତା ଜ୍ଞାପନ

ମାଲକାନଗିରି, ୨୦/୦୮/୨୩: ଆଜି ଅପରାହ୍ନ ୫ ଘଟିକା ସମୟରେ ମାଲକାନଗିରି ସହର ମଲ୍ଲିକେଶ୍ୱର ଶୈବ ପୀଠ ପ୍ରାଙ୍ଗଣରେ ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ବି .ବାଲା ରାଜୁଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ମଲ୍ଲିକେଶ୍ୱର ଶୈବ ପୀଠର ଉନ୍ନତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଶ୍ରୀ ଭି .କେ ପାଣ୍ଡିଆନଙ୍କ ମାଧ୍ୟମରେ ୨ କୋଟି ୨୧ ଲକ୍ଷ ୨୧ ହଜାର ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଖବର ଶୁଣି ମାଲକାନଗିରି ସହରର ସମସ୍ତ ଜନସାଧାରଣ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଆଜିର ଏହି ମାଲକାନଗିରି ସହର ମଲ୍ଲିକେଶ୍ୱର ଶୈବ ପୀଠ ପରିଚାଳନା କମିଟିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଭଦ୍ର ମଣ୍ଡଳୀଙ୍କ ମଧ୍ୟରେ ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମୀ, ସ୍ୱତନ୍ତ୍ର ବିକାଶ୍ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ମାଲକାନଗିରି ଜିଲ୍ଲା ଆଇନଜୀବି ସାମ୍ମୁଖ୍ୟ ସଭାପତି ତଥା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ବରିଷ୍ଠ ବିଜେଡି ନେତା ଜି. ଶ୍ରୀନିବାସ ରାଓ, ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ, ବରିଷ୍ଠ ବିଜେଡି ନେତା ପ୍ରଫୁଲ ପଣ୍ଡା, ବରିଷ୍ଠ ନେତା ଜୁର ସେନାପତି, ନଗର ସଭାପତି ଡି. ନାଗା, ବରିଷ୍ଠ ସାମ୍ବାଦିକ ଦୁର୍ଗା ପଟ୍ଟନାୟକ, ଯୁବ ସକ୍ରିୟ ବିଜେଡି ନେତା ଟି .ସାଇ, ମା ଘର ମହିଳା ସଭାନେତ୍ରୀ ପ୍ରଶାନ୍ତି ଲତା ବିଶୋଇ, ବିଜେଡି ନେତା ସତ୍ୟ ସ୍ୱାଇଁ, ସମାଜସେବୀ କିଶର ଚନ୍ଦ୍ର ସିକଦାର, ଯୁବ ବିଜେଡି ଉପସଭାପତି କଣ୍ଟେସ ପୋଟଲା, ଯୁବ ସମ୍ପାଦକ ବସନ୍ତ ନାୟକ, ଯୁବ ନେତା ସଦାନନ୍ଦ ଖରାଙ୍କ ସହ ମାଲକାନଗିରି ମଲ୍ଲିକେଶ୍ୱର ଶୈବ ପୀଠ ପରିଚାଳନା କମିଟିର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ରାଜୁ, ସମ୍ପାଦକ ବଳରାମ କୋଡେ, ତ୍ରିନାଥ ରାଜୁ, କରୁଣାକର ପରିଚ୍ଛା ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.