ମାଲକାନଗିରି, ୨୨।୮: ସରକାରୀ ଟଙ୍କା ଆତ୍ମାସାତ ଘଟଣାରେ ଶିକ୍ଷକକୁ ୩ ଵର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡା ଦେଶ ଅଦାଲତ ପକ୍ଷରୁ ହୋଇଛି। ଜୋରିମାନା ୫୦ ହଜାର ଟଙ୍କା ଅନାଦେୟ ଆଉ ଅଧିକ ୬ ମାସର କାରାଦଣ୍ଡ ଶୁଣାଇଛନ୍ତି ମାଲକାନଗିରି ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ଶିକ୍ଷା ଵ୍ଳକର ମାଟାପାକା ଅପରଗ୍ରେଡ଼ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟାନନ୍ଦ ବେହେରାଙ୍କୁ ସରକାରି ଟଙ୍କା ଆତ୍ମାସାତରେ ୨୨ଜଣ ସାଖିର ବୟାନ ଓ ୨ ଜଣ ପ୍ରତିପକ୍ଷ ସାଖିଙ୍କ ବୟାନକୁ ଭିତ୍ତି କରି ଆଜି ମାଲକାନଗିରି ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ସତ୍ୟ ପ୍ରିୟ ଦାସ ଆସାମୀକୁ ସରକାରୀ ଟଙ୍କା ଆତ୍ମାସାତରେ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦,୦୦୦/- ଟଙ୍କା ଜୋରିମାନା ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସର କାରାଦଣ୍ଡ ଶୁଣାଇଛନ୍ତି, ଏହି କେସକୁ ସରକାରି ଓକିଲ ଭାବରେ ଗୋପାଳ କୃଷ୍ଣ ପଣ୍ଡା ପରିଚାଳନା କରିଥିଲେ । ସୂଚନା ଅନୁଯାୟୀ ଶିକ୍ଷକଙ୍କ ଵିରୋଧରେ ମାଟାପାକା ଗ୍ରାମର ଭଦ୍ରବ୍ୟକ୍ତି ତଥା ଗ୍ରାମ ଶିକ୍ଷା କମିଟି ସଦସ୍ୟ ମାନେ ବିଦ୍ୟାଳୟର ଅବ୍ୟବସ୍ଥା ଉପରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ, ଅତିରିକ୍ତ ଜିଲ୍ଲାପାଳଓ ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ କରିଥିଲେ, ତଦନ୍ତରେ ସରକାରଙ୍କ ରାମସା ପ୍ରୋଜେକ୍ଟର ୯,୮୨,୫୬୭/-ଟଙ୍କା ଉଠେଇ ଥିବା ବେଳେ ସେଥି ମଧ୍ୟରୁ ୨,୭୮,୨୫୦/- ଟଙ୍କା ପାଖରେ ରଖିଥିଲେ । ସ୍ଵତନ୍ତ୍ର ଅଡ଼ିଟ ପରେ ଯଣାଗଲା, ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ, ଅଭିଯୋଗ ଗ୍ରହଣ କରି ମାଲକାନଗିରି ପୋଲିସ ଆଇପିସି ଧାରା ୪୦୯ରେ ତଦନ୍ତ କରି ଅଭିଯୁକ୍ତ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.