ମାଲକାନଗିରି, ୨୨।୮: ମାଲକାନଗିରି ଜିଲ୍ଲା ସଦରରେ ଥିବା ବହୁ ପୁରାତନ ଓ ପୌରାଣିକ ବାଲିସାଗର ବନ୍ଧକୁ ଗସ୍ତ କରି ଏହାର ଉନ୍ନତିକରଣ ନେଇ ସମୀକ୍ଷା କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି । ଆଜି ଶ୍ରୀ ମାଝି ବାଲିସାଗର ବନ୍ଧ ନିକଟକୁ ଯାଇ ସେଠାରେ ଏହାର ପୁନଃ ଉଧାର ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅନେକ ମହିଳା ସ୍ଵୟଂ ସହାୟକ ଗୋଷ୍ଟିକୁ କାର୍ଯ୍ୟ ଦିଆଯାଇଥିବା ବେଳେ ସେହି ମହିଳା ମାନଙ୍କ ସହ ମଧ୍ୟ କାର୍ଯ୍ୟକୁ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା ସମାରି ତାଙ୍ଗୁଲ, ପୂର୍ବତନ ବିଧାୟକ ମାନସ ମାଡକାମୀ, ପୌର ଅଧକ୍ଷ ମନୋଜ କୁମାର ବାରିକ, ଉପ ପୌର ଅଧକ୍ଷ୍ୟା କବିତା ମହନ୍ତ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କାହୁଁ ଚରଣ ପଟ୍ଟନାୟକ, ବରିଷ୍ଟ ବିଜେଡି ନେତା ଗୋପାଳ କୃଷ୍ଣ ପଣ୍ଡା, ନୃସିଂହ ଚରଣ ମହାନ୍ତିଙ୍କ ସମେତ ବହୁ ସ୍ଵୟଙ୍ଗ ସହାୟକ ଗୋଷ୍ଟିର ମହିଳା ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.