କଟକ, (ନୃସିଂହ ଚରଣ ଦାସ): ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା। ଆଉ ପାଦେ ଆଗେଇଛି ପୋଲିସ। ବନ୍ଧା ହୋଇଛି ପ୍ରମାଣ ନଷ୍ଟକାରୀ ଶରତ ନାୟକ। ମାହାଙ୍ଗା ରାଜନୀତିର ଆଗଧାଡିର ନେତା ଶରତ ଥିଲେ ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ। ଖାଲି ବ୍ଲକ୍ ଅଧ୍ୟକ୍ଷ ନୁହଁନ୍ତି ଶରତ ଥିଲେ ପ୍ରାକ୍ତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ପ୍ରତାପ ଜେନାଙ୍କ ରାଇଟ ହ୍ୟାଣ୍ଡ। ଏହି ଘଟଣାରେ ମଧ୍ୟ ବନ୍ଧା ହୋଇଛନ୍ତି ଗୋକନ୍ ସ୍କୁଲର କ୍ରୀଡା ଶିକ୍ଷକ ଅନୁପମ ରାୟ । ଏହି ଦୁଇଜଣଙ୍କ ପରେ ଆହୁରି ବଢିପାରେ ଗିରଫଦାରୀ । ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ଅନୁସାରେ ଛାତ୍ରୀ ମୁତ୍ୟୁ ଘଟଣାକୁ ଅନେକ ଜାଣିଛନ୍ତି। ଏଣୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସାଧାରଣରେ ଚର୍ଚ୍ଚା ହେଉଛି । ଗତ ୧୬ତାରିଖରେ ଶରତଙ୍କ ଅଡିଓ ରେକଡିଂ ଭାଇରାଲ ହୋଇଥିଲା । ଆଉ ଏନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ମହିଳା କମିଶନର ବି ଏତଲା ଦେଇଥିଲେ । ଆଉ ଏହାର ୧୨ ଘଣ୍ଟା ନ ବିତୁଣୁ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଶରତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବିଦା କରିଥିଲେ । ଶରତଙ୍କ ଆଙ୍ଗୁଳିରେ ନାଚୁଥିଲା ମାହାଙ୍ଗା ବିଜେଡ଼ି। ବ୍ଲକ ରାଜନୀତି ଠାରୁ କ୍ୟାପିଟାଲ ରାଜନୀତି ଯାଏ ବେଶ ଥିଲେ ସକ୍ରିୟ। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ହୋଇଥିଲେ ବ୍ଲକ୍ ଅଧ୍ୟକ୍ଷ। ଆଉ ଏହାରି ଭିତରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ଦୁର୍ନୀତିରେ ସାମିଲ ଥିବା ନେଇ ହୋଇଥିଲା ବାରମ୍ବାର ଅଭିଯୋଗ। ହେଲେ ସବୁ ଅଭିଯୋଗ ପଡୁଥିଲା ଡଷ୍ଟବିନରେ । ଏପରିକି ମାହାଙ୍ଗା ଡବଲ ହତ୍ୟା ଘଟଣାର ଷଡ଼ଯନ୍ତ୍ରରେ ଶରତ ସାମିଲ ଥିବା ଉଠୁଛି ଅଭିଯୋଗ।
Sign in
Sign in
Recover your password.
A password will be e-mailed to you.