ଶିଶୁ ମନ୍ଦିରକୁ ବଦାନ୍ୟ ବ୍ୟକ୍ତିଙ୍କ ଦ୍ଵାରା ବଡ଼ ଆକୁଆ ୱାଟର ଫିଲଟର ପ୍ରଦାନ

ଚିତ୍ରକୋଣ୍ଡା, ୨୨/୦୮/୨୩: ପିଲାଏ ମୁନ୍ଦାଏ ଉତ୍ତମ ସ୍ଵଛ ପାଣି ପିଇବା ଉଦେଶ୍ୟରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡାର ନନା ଦୋକାନ-ଜିତେନ୍ଦ୍ର ରାଉତ ଶ୍ରୋତପବୃତ୍ତ ଭାବରେ ବଡ଼ ଆକୁଆ ଫିଲଟର ପ୍ରଦାନ କରିଛନ୍ତି l ଆଜି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ତାଙ୍କ ମା ଉଷାରଣୀ ରାଉତ ଆନୁଷ୍ଠାନିକ ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଗୁରୁଜୀ, ଗୁରୁମା ଏବଂ ଭାଇ ଭଉଣୀଙ୍କ ଉପସ୍ଥିତିରେ ବଡ଼ ଆକୁଆ ୱାଟର ଫିଲଟରଙ୍କୁ ଉଦଘାଟନ କରାଯାଇ ଶୁଭାରମ୍ଭ କରାଯାଇଅଛି l ନନା ଦୋକାନ (ଜିତେନ୍ଦ୍ର ରାଉତ )ଙ୍କର ଉକ୍ତ ସମାଜ ମଙ୍ଗଳ ଦିଗରେ ସହଯୋଗର ହାତ ବଢ଼ାଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି l ସେଇଭଳି ଚିତ୍ରକୋଣ୍ଡା ଦୈନିକ ବଜାରର ଜୈନକ ବ୍ୟବସାୟୀ ଉତ୍ତମ ରାୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପିଲାଙ୍କ ଶାରୀରିକ ବିକାଶ ନିମନ୍ତେ ଖେଳ ସାମଗ୍ରୀ ପ୍ରଦାନ କରିଛନ୍ତି l ପ୍ରକାଶ ଥାଉକି ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କୁ ସୁନ୍ଦର ଭାବରେ ଉତ୍ତମ ଶିକ୍ଷା ଦାନ ସହ ଭଲ ମଣିଷ ଟିଏ ଗଠନ ଦିଗରେ ଆଗେଇ ଚାଲିଥିଲା, ଗୁରୁଜୀ ଗୁରୁମାଙ୍କ କମ ପାରିଶ୍ରମକ ସତ୍ୱ ମଧ୍ୟ ସମସ୍ତ ସରକାରୀ ବିଦ୍ୟାଳୟକୁ ପଛରେ ପକାଇ ପ୍ରତେକ କ୍ଷେତ୍ରରେ ସଫଳତାର ସହ ଆଗେଇ ଚାଲିଆସୁଥିଲା ଉକ୍ତ ଶିଶୁ ମନ୍ଦିରଟି l କରୋନା ପରେ ଉକ୍ତ ବେସରକାରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟଟି ବହୁତ ପଛରେ ପଡ଼ି ରହିଥିଲା l ଖୁବ କମ ଦିନ ହେଲା ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ପରିବର୍ତ୍ତନ ହେବା ପରେ ନୂତନ ପରିଚାଳନା କମିଟି ଗଲା ତା ୧୫/୦୮/୨୩ ରିଖ ଦିନ ଚିତ୍ରକୋଣ୍ଡା ସମସ୍ତ ଜ୍ଞାନୀଗୁଣି ବୁଦ୍ଧିଯିବିକୁ ଡକାଇ ଏକ କର୍ମଶାଳା ମାଧ୍ୟମରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବିକାଶ ପାଇଁ ଅଣ୍ଟା ଭିଡ଼ି ମୁଣ୍ଡ ଟେକିଛି l ସଭାପତି ଖିରୋଦ ବେହେରା, ସମ୍ପାଦକ ଶଶାଙ୍କ ଶେଖର କର, କୋଷାଧକ୍ଷ ହେମନ୍ତ ନାୟକ, ଉପ ସଭାପତି ଗୁରୁ ଚରଣ ଘଡ଼ାଇ, ଯୁଗ୍ମ ସମ୍ପାଦକ ମନୋଜ ପାତ୍ର ଏବଂ ବୈଦୁତିକ କମିଟି ସଦସ୍ୟ ରତ୍ନାକର ପ୍ରଧାନ, ହେମନ୍ତ କୁମାର ଭୂୟାଁ, ଦେବେନ୍ଦ୍ର ସାହୁ ଉତ୍ତମ ରାୟ ଏବଂ ଦେବେନ୍ଦ୍ର ଦାସଙ୍କ ମିଳିତ ଉଦ୍ୟମରେ ଏକ ଭାଇଚାରା ଭାବରେ ସହଯୋଗର ହାତ ବଢ଼ାଇ ଚିତ୍ରକୋଣ୍ଡାର ବିଭିନ୍ନ ଜ୍ଞାନୀଗୁଣି, ବୁଦ୍ଧିଜୀବୀ, ପ୍ରଭାବଶାଳୀ ଵ୍ୟକ୍ତି ତଥା ଅଧିକାରୀଙ୍କୁ ଏକତ୍ରିତ କରି ଏକ କର୍ମଶାଳା ମାଧ୍ୟମରେ ଆଲୋଚନା କରି ବିଦ୍ୟାଳୟର ବିକାଶ ନିମନ୍ତେ ସହଯୋଗ ମାଗିଥିଲେ l ଚିତ୍ରକୋଣ୍ଡା ବ୍ଳକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୋଣ୍ଡା ସରପଞ୍ଚ ହରିମୋହନ ଖିଲ, ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକା, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ, ସହାୟକ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ବେହେରା, ମାଟିବନ୍ଧ ଯୋଜନା ପ୍ରକଳ୍ପ ଏସଡିଓ ଉମା ଶଙ୍କର ସାହୁ, ବନପାଳ ମୁର୍ତ୍ତୁଞ୍ଜୟ ସେଠି, ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ବହୁ ସରକାରୀ ତଥା ବେସରକାରୀ ଜ୍ଞାନୀଗୁଣି ଅଧିକାରୀ ଉପସ୍ଥିତ ରହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବିକାଶ ନିମନ୍ତେ ଯଥା ସମ୍ଭବ ସହଯୋଗର ହାତ ବଢାଇବା ପାଇଁ ସହମତି ପ୍ରକାଶ କରିଥିଲେ l ବିଦ୍ୟାଳୟଟିର ବିକାଶ ପାଇଁ ଉତ୍ତମ ଶିକ୍ଷା ଦାନରେ ପରିବର୍ତ୍ତନ ଆଣି ସ୍ଥିତି ସୁଧାରିବା ନିମନ୍ତେ ଅଗ୍ରସର ହେବା ପାଇଁ ଆଲୋଚନା ହୋଇଥିଲା l ଉକ୍ତ ବିଦ୍ୟାଳୟର ବିକାଶ ପାଇଁ ବୈଠକ ହେବା ପରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରକୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗର ହାତ ବଢ଼ିବାରେ ଲାଗିଛି l

Leave A Reply

Your email address will not be published.