କଟକ, (ନୃସିଂହ ଚରଣ ଦାସ): ପୁଣି ମାହାଙ୍ଗାରେ ଅଡିଓ ଭାଇରାଳ। ଗୋଟିଏ ଅଡିଓ ବିଜେଡିକୁ ଦେଇଛି ଶକ୍ତ ଧକ୍କା । ଏପଟେ ଆଉ ଏକ ଅଡିଓ ନେଇଯାଇଛି ଏଏସ୍ଆଇର ଚେୟାର। ଘଟଣାଟି ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଳକ ଭଦ୍ରେଶ୍ଵର ଥାନାରେ । ଗତ କିଛି ଦିନ ତଳେ ଭଦ୍ରେଶ୍ୱର୍ ଫାଣ୍ଡି ରୂପାନ୍ତରିତ ହୋଇଥିଲା ଥାନାକୁ। ଆଉ ଏବେ ଥାନା ଏଏସ୍ଆଇ ବୁଧନାଥ ବେହେରାଙ୍କ ଲାଗି ହୋଇଛି ବ୍ବଦନାମ । ଜଣେ ଲୋକକୁ ବୁଧନାଥ ଫୋନରେ ଗାଳି ଦେବା ମହଙ୍ଗା ପଡ଼ିଛି। ଯାହାକି ଭାଇରାଲ୍ ହେବା ପରେ ଏହା ଉପରେ ଆକ୍ସନ ନେଇଥିଲେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା। ଆଉ ବୁଧନାଥକୁ କରିଥିଲେ ନିଲମ୍ବିତ l ଭଦ୍ରେଶ୍ଵର ଥାନା ଏଏସ୍ ଆଇ ବୁଧନାଥ ଜଣେ ବ୍ୟକ୍ତିଙ୍କୁ ଅଶ୍ଳୀଳଭାଷାରେ ଗାଳିଗୁଳଜ କରିଥିଲେ । ଏପରିକି କଥା ନମାନିଲେ ଥାନାକୁ ଉଠାଇ ଆଣିବା ଧମକ ଦେଇଥିଲେ । କିନ୍ତୁ ସଂପୃକ୍ତ ବ୍ୟକ୍ତି ଏହାକୁ ରେକଡ଼ିଂ କରି କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହାର ଫଳସ୍ୱରୁପ ଶ୍ରୀ ପଣ୍ଡା ବୁଧନାଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.