ମାଲକାନଗିରି, ୨୩/୦୮/୨୩: ଖଇରପୁଟ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ଗ୍ରାମରେ ଗ୍ରାନାଇଟ ପଥର ଉତ୍ତୋଳନ ନିମନ୍ତେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ମୁଖ୍ୟ ନୋଡାଲ ଅଧିକାରୀ ଭାବେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରିନାଥ ମାଝୀ ଓ ରାଜ୍ୟ ପଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଦିପେସ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଜନଶୁଣାଣି ଶିବିର କାର୍ଯ୍ୟ ଆରମ୍ଭ କରିଥିଲେ । ଉକ୍ତ ଶିବିରରେ ତିନୋଟି ଗ୍ରାମ ଯଥା ମାଝୀଗୁଡ଼ା, କେନ୍ଦୁଗୁଡ଼ା ଓ ଗମ୍ଭାରୀଭଟ୍ଟା ଗ୍ରାମର ୩୧୫ ଗୋଟି ପରିବାରର ସଦସ୍ୟମାନେ ଉପସ୍ଥିତ ରହି ଜନଶୁଣାଣି ଶିବିରରେ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ମହିଳା ଓ ପୁରୁଷ ସଦସ୍ୟା ମାନେ ମେସର୍ସ ଶ୍ରୀ ଭୁବନେଶ୍ଵରୀ ଗ୍ରନାଇଟ ଡେକୋରେଟିଭ ଷ୍ଟୋନ କୁଆରୀର ସ୍ଥାପନା ନିମନ୍ତେ ନିଜ ନିଜର ସକାରାତ୍ମକ ଅଭିମତ ପରିପ୍ରକାଶ କରିଥିଲେ । ବିଭିନ୍ନ ଅଭିମତ ମାନଙ୍କ ମଧ୍ୟରେ ମାଝୀଗୁଡା ଗ୍ରାମ ପଞ୍ଚାୟତ ରାସ୍ତାର ଉନ୍ନତିକରଣ, ପାନୀୟ ଜଳ ସମସ୍ୟାର ନିରାକରଣ, ଗ୍ରାମର ଯୁବକ ଯୁବତୀ ମାନଙ୍କୁ କମ୍ପାନୀ ପକ୍ଷରୁ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି, ଗ୍ରାମର ଆଖପାଖରେ ଥିବା ବିଭିନ୍ନ ତୀର୍ଥ କ୍ଷେତ୍ରର ବିକାଶ କାର୍ଯ୍ୟ ତ୍ୱରାନିତ ସମ୍ଭନ୍ଦେ, ବିଶେଷ କରି ଜଙ୍ଗଲ ଓ ପରିବେଶକୁ ନଷ୍ଟ ନ କରିବା ପାଇଁ ମତାମତ ପ୍ରକାଶ ପାଇଥିଲା। ଏହା ପରେ କମ୍ପାନୀ ତରଫରୁ ଏହାର ପିଆରଓ ଚିନ୍ମୟ କୁମାର ଦାସ, ବିଭିନ୍ନ ଅଭିଯୋଗ ମାନଙ୍କ ଉପରେ ନିଜର ସ୍ପଷ୍ଟୀକରଣ ଦେଇଥିଲେ ଯେଉଁଥିରେ ଗ୍ରାମବାସୀ ମାନେ କରତାଳି ଦେଇ ଖୁସି ଜାହିର କରିଥିଲେ। ମାଲକାନଗିରି ଅଞ୍ଚଳରେ ଏହି ଗ୍ରାନାଇଟ ଷ୍ଟୋନ କୁଆଁରୀ ହେବା ଫଳରେ ଅଞ୍ଚଳର ବିକାଶ ହେବା ସହିତ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ବିକାଶ ହୋଇପାରିବ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.