ଚିତ୍ରକୋଣ୍ଡା: କାଲି ସ୍ଵାଭିମାନଞ୍ଚଳର ଅଣ୍ଡ୍ରାପାଲି ଗ୍ରାମ ପଞ୍ଚାୟତ କୋଡିଗନ୍ଧି ଗ୍ରାମରେ ଶୁଭେଚ୍ଛା ବାର୍ତ୍ତା ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ମାଲକାନଗିରି ଜିଲ୍ଲା ଅଧ୍ୟକ୍ଷ ଶ୍ରୀମତି ସମାରି ଟାଙ୍ଗୁଲୁ, ଚିତ୍ରକୋଣ୍ଡା ବ୍ଲକ୍ ଅଧ୍ୟକ୍ଷ ଶୁଶ୍ରୀ ରାଜେଶୂରି ଖିଲ, ରାଲେଗାଡ଼ା ସରପଞ୍ଚ କମୁଲୁ ହନ୍ତାଲ, ଚିତ୍ରକୋଣ୍ଡା ବ୍ଲକ୍ ପର୍ଯ୍ୟବେକ୍ଷକ ବିଯିତ୍ ସିଂଙ୍ଗ, ଅଣ୍ଡ୍ରାପାଲି ସରପଞ୍ଚ, ପିତାମ୍ବର ଖେମୁଡୁ ,ରଘୁ ଖରା, ଏବଂ ସମସ୍ତ ଲୋକ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ । ୩ ଗୋଟି ସେତୁ ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ସାର ଏବଂ ଵୋବୀ ସାରଙ୍କୁ ସ୍ଵାଭିମାନଞ୍ଚଳର ସମସ୍ତ ଜନ ସାଧାରଣ ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post