ପରଲୋକରେ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର

ପଦ୍ମଶ୍ରୀ ମହାପାତ୍ର ଦେଶର ପ୍ରଥମ କବି ଯିଏ ଇଂଲିଶ କବିତା ପାଇଁ ସାହିତ୍ୟା ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦୯ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

କଟକ: ପରଲୋକରେ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର। କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୯ଟାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ଜୟନ୍ତ ମହାପାତ୍ରଙ୍କୁ ୯୫ ବର୍ଷ ହୋଇଥିଲା। ସେ ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି। ଡ. ମହାପାତ୍ର  କିଛି ଦିନ ହେଲା ଅସୁସ୍ଥ ଥିଲେ। ଜ୍ବରରେ ପଡ଼ିବା ସହ ତାଙ୍କ ହୃତ୍‌ସ୍ପନ୍ଦନରେ ସମସ୍ୟା ଦେଖାଦେଇଥିଲା। ଘରେ ରହି ସେ ଚିକିତ୍ସିତ ହେଉଥିଲେ। ହୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର୍‌ ଡାକ୍ତର ବିଶ୍ୱଜିତ ଦାସଙ୍କ ନେତୃତ୍ବରେ ଏହି ଟିମ୍‌ ଡ. ମହାପାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ତାଙ୍କୁ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଆଜି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ସାହିତ୍ୟିକି ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବହୁ ବିଶିଷ୍ଟ ସାହିତ୍ୟିକ କହିଛନ୍ତି।

୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର। କଟକ ଷ୍ଟୁଆଟ୍ସ ସ୍କୁଲରୁ ପାଠ ପଢ଼ା ଆରମ୍ଭ କରିଥିଲେ। ପରେ ପାଟନା ବିଶ୍ୱବିଦ୍ୟାଳୟରୁ ଫିଜିକ୍ସିରେ ଏମ୍‌ସିଏ ପାସ୍‌ କରିଥିଲେ। ତା’ପରେ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପକ ଭାବେ ଶିକ୍ଷକତା କରିଥିଲେ। ସେ ଗଙ୍ଗାଧର ମେହେର କଲେଜ, ଫକିର ମୋହନ ମହାବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ। ତେବେ ୧୯୮୬ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଚାକିରିରୁ ଅବସର ନେଇଥିଲେ। ଚାକିରି କାଳ ଭିତରେ ଅନେକ କ୍ଷୁଦ୍ର ଗଳ୍ପ ଓ କବିତା ରଚନା କରିଥିଲେ।

ପଦ୍ମଶ୍ରୀ ମହାପାତ୍ର ଦେଶର ପ୍ରଥମ କବି ଯିଏ ଇଂଲିଶ କବିତା ପାଇଁ ସାହିତ୍ୟା ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦୯ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହାଛଡ଼ା ଅନ୍ୟ ବହୁ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।

Leave A Reply

Your email address will not be published.