ଓଡ଼ିଶା ମୋ ପରିବାର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ମାଲକାନଗିରି: ଆଜି ୨୮ ଅଗଷ୍ଟ ,୨୦୨୩ ମାଲକାନଗିରି ଜ଼ିଲ୍ଲା ସଦର ବ୍ଲକ ଚାଲାଣଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସିଆଡ଼ିମାଳ ଗ୍ରାମ ଠାରେ “ଓଡ଼ିଶା-ମୋ ପରିବାର” ଆନୁକୂଲ୍ୟରେ ମାଲକାନଗିରି ଜ଼ିଲ୍ଲା ଜୀବନ ବିନ୍ଧୁ ସଂଯୋଯକ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମିଙ୍କ ନେତୃତ୍ୱରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ତେବେ ରକ୍ତଦାନ କାର୍ଯ୍ୟକ୍ରମଟି ସକାଳ ୯ ଘଟିକା ସମୟରୁ ଆରମ୍ଭ ହୋଇ ଅପରାହ୍ଣ ୨ ଘଟିକା ସମୟ ପର୍ଯନ୍ତ ହୋଇଛି | ଏହି ରକ୍ତଦାନ ଶିବିରରେ ୪୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି | ତେବେ ଏହି ଅବସରରେ ବରିଷ୍ଠ ନେତା ତଥା ଶିଖପାଲି ଜୋନ୍ ସଂଯୋଯକ ପ୍ରଫୁଲ ପଣ୍ଡା, ଆଇନ୍ ସାମ୍ମୁଖ୍ୟ ସଭାପତି, ଜ଼ିଲ୍ଲା ସାଧାରଣ ସମ୍ପାଦକ ତଥା କାଲିମେଳା ଜୋନ୍ ୨ ସଂଯୋଯକ ଗୋପାଳକୃଷ୍ଣ ପଣ୍ଡା, ମାଲକାନଗିରି ବ୍ଲକ ସଭାପତି ବିଭାଂଶୁ ସାମଲ, ଚାଲାଣଗୁଡ଼ା ପଞ୍ଚାୟତ ସଭାପତି ଦିବସ ମିସ୍ତ୍ରୀ, ପୂର୍ବତନ ବିଧାୟକ ପ୍ରତିନିଧି ବିକାଶ ମଣ୍ଡଳ, ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ, ଜ଼ିଲ୍ଲା ଯୁବ ଉପସଭାପତି କଣ୍ଟେଶ୍ଵର ପୋଟଲା, ଜ଼ିଲ୍ଲା ଛାତ୍ର ସଭାପତି ତାପଷ ରଞ୍ଜନ ନାୟକ, ଶୁକଦେବ ବୈରାଗୀ, କେ.ରାହୁଲ, ପୂର୍ବତନ ଜ଼ିଲ୍ଲା ଛାତ୍ର ସମ୍ପାଦକ ସତ୍ୟଜିତ ଗୌଡ଼, ବ୍ଲକ ଛାତ୍ର ସମ୍ପାଦକ ରାକେଶ ବାଲା, ପୌରପରିଷଦ ଛାତ୍ର ସଭାପତି ସଙ୍କର ପାଣିଗ୍ରାହୀ, ଇନ୍ଦୁ ସରକାର, ଲକ୍ସମଣ ସଗଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.