ସମାଜସେବୀଙ୍କ ପରଲୋକ

କଟକ, (ନୃସିଂହ ଚରଣ ଦାସ ): କଟକ ଜିଲ୍ଲା ସାଲେପୁର ବ୍ଲକ ମୀର୍ଜାପୂର୍ ପଂଚାୟତ ଦେଉଳି ଗାଁର ଜୟରାମ ଜେନା । ସମାଜସେବା କ୍ଷେତ୍ରରେ ଯେତିକି ପରିଚିତ ସେମିତି ଧାର୍ମିକ କାର୍ଯ୍ୟରେ ମଧ୍ଯ ଆଗଭର । ଖାଲି ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଲାଗି ଏକ ବିଡି କମ୍ପାନୀ ଯୋଗାଇ ଦେଇଥିଲେ କର୍ମସଂସ୍ଥାନ। ଏଭଳି ଉଦାର ମଣିଷ ଆଜି ସ୍ୱର୍ଗବାସୀ। ତାଙ୍କ ମୃତ୍ୟୁରେ ନିଜ ଗାଁ ଦେଉଳି ସମେତ ମିର୍ଜାପୂର୍ ପଞ୍ଚାୟତର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଶ୍ରୀ ଜେନା ଆଜି ଗଙ୍ଗେଶ୍ୱର୍ ମନ୍ଦିର ସମ୍ମୁଖ କମ୍ପାନୀ ବାସଗୃହରେ ଖାଇସାରି ବିଶ୍ରାମ ନେଇଥିଲେ । କିନ୍ତୁ ଉଠିବାରେ ବିଳମ୍ୱ ହେବାରୁ ତାଙ୍କ ପରିଚିତ ଲୋକ ଡାକିଥିଲେ। କିନ୍ତୁ ସେ କବାଟ ନ ଖୋଲିବାରୁ ପରିବାର ଲୋକଙ୍କ ଉପସ୍ଥିତିରେ କବାଟ ଭଙ୍ଗା ଯାଇଥିଲା। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ମୃତ୍ୟୁ ବେଳକୁ ୮୦ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲା । ଶ୍ରୀ ଜେନା ମଧ୍ଯ ଜଣେ କଳାପ୍ରେମି ମଣିଷ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ସରପଞ୍ଚ, ପ୍ରାକ୍ତନ ସରପଞ୍ଚ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇଥିଲା ।

Leave A Reply

Your email address will not be published.