ମାଲକାନଗିରି: ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଏବଂ ତାଙ୍କ ସହ ତାଙ୍କ ସହ ରାଜ୍ଯ ପୋଶଣ ସଂଯୋଜିକା ଦୀପାଳୀ ଦାଶ ଓ ୟୁନିସେଫ୍ ସଂଯୋଜିକାଙ୍କ ଏକ ଦିନିଆ ମାଲକାନଗିରି ଗସ୍ତ କରିଥିଲେ । ଗସ୍ତ ସମୟରେ ମାଲକାନଗିର ଜିଲ୍ଲା ସଦର ମହକୁମା ରିକ୍ଲାମିସନ କୋଲନିରେ ଥିବା ଅଙ୍ଗନ ୱାଡି କେନ୍ଦ୍ର ଯାଇ ପୋଶଣ କାର୍ଯ୍ୟକ୍ରମରେ ଯୋଗ ଦେବା ସହ, ମାସିକ ପୃଷ୍ଟିକର କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ଶ୍ରୀ ପଣ୍ଡା । ଏହା ସହ ସେଠାରେ ଥିବା ପ୍ରାକ୍ ବିଦ୍ୟାଳୟର ଶିଶୁ ମାନଙ୍କ ସହ ମିଶିବା ସହ ଗର୍ଭବତୀ, ପ୍ରସୂତି ଏବଂ ଅନ୍ୟ ମାଁ ମାନଙ୍କ ସହ ମିଶିଥିଲେ । ସେଠାରେ ମାଁ ମାନେ ପ୍ରସ୍ତୁତ କରିଥିବା ପୁଷ୍ଟିକର ଖାଦ୍ୟ ଓ ଶବୁଜ ପନିପରିବା ସହ ମାଣ୍ଡିଆ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ଆଣି ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂହ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତା ଚୌଧୁରୀ, ପ୍ରୋଗ୍ରାମ ଅଫିସର ଇନ୍ଦୀରା ପ୍ରଧାନ, ମାଲକାନଗିରି ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ ବିପୁଳା କୁମାରୀ ଶର୍ଦାର, ସେକ୍ଟର ସୁପର୍ ଭାଇଜର୍ ରେଖା ଶୁଭାସୁନ୍ଦର ଓ ଅଙ୍ଗନୱାଡି କର୍ମୀ ବୀଣା ସିକଦାର୍ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.