ଅସରାଏ ବର୍ଷାରେ ସିଲଭର ସହର ଜଳମଗ୍ନ

କଟକ: ସୃଷ୍ଟି ହୋଇନି ଲଘୁଚାପ। ହେଉନି ଲଗାଣ ବର୍ଷା। କିମ୍ବା ମାଡ଼ି ଆସିନି ନଦୀର ପାଣି। ହେଲେ ହଜାର ବର୍ଷର ସହର କଟକ ହୋଇଛି ଜଳମୟ। ଭାସୁଛି ନର୍ଦ୍ଦମାର କୁଢ଼କୁଢ଼ ଆବର୍ଜନା। ଯାହାକୁ ଦେଖିଲେ ସହରୀ ଜୀବନ କିଭଳି, ସହଜରେ କରିହେବ ଅନୁମେୟ। ଦେଖନ୍ତୁ ଏହି ଭିଡ଼ିଓକୁ ସହରର ରାସ୍ତାରେ କିଭଳି ଛୁଟୁଛି ପାଣିର ସୁଅ। ସକାଳର ଜୋରଦାର ଅସରାଏ ବର୍ଷା ସୃଷ୍ଟି କରିଛି ଏଭଳି ପରିସ୍ଥିତି। ଏଭଳି ଅବସ୍ଥା ହେଉଛି କଟକର ମୁଖଶାଳା ବାଦାମବାଡ଼ି ଅଞ୍ଚଳର। ଭଲକରି ଦେଖନ୍ତୁ ବର୍ଷା ପାଣିକୁ। ନା ଅଛି ବର୍ଷା ନିଷ୍କାସନର ବ୍ୟବସ୍ଥା ନା ହୋଇଛି ଡ୍ରେନ ସଜାଡ଼ିବାର ଯୋଜନା । ଦୀର୍ଘଦିନ ଧରି ସହରବାସୀ ଜାଇକା ଯନ୍ତ୍ରଣା ଭୋଗୁଥିବା ବେଳେ ଆଜିର ବର୍ଷା ସହରବାସୀଙ୍କ ଅବସ୍ଥାକୁ ବେହାଲ କରିଛି। ସହତିଲୋକଙ୍କ ସମସ୍ୟା ଠାରୁ ବଳିଯାଇଛି ଉଠା ଦୋକାନୀଙ୍କ ଅବସ୍ଥା। ଦିନେ ରୋଜଗାର ନକଲେ କୁଟୁମ୍ବ ଓପାସ। ସତେ ଯେମିତି ଉଠା ଦୋକାନୀଙ୍କ ପାଇଁ ବେଢ଼ି ଉପରେ କୋରଡ଼ା ସାଜିଛି ବାଦଲ ଫଟା ବର୍ଷା। ଆଉ ବର୍ଷାକୁ ନେଇ ପୁରା ଅସ୍ତବ୍ୟସ୍ତ ସମସ୍ତେ । ନା କିଏ କହି ପାରୁଛି ନା ସହି ହେଉଛି। ଖାଲି କପାଳରେ କର ମାରିବା ସାର ହେଉଛି ।

Leave A Reply

Your email address will not be published.