ବିଦ୍ୟାନିକେତନ କୃଷ୍ଣମୟ

କଟକ (ନୃସିଂହ ଦାସ ): ଛୋଟ ହେଉ ଅବା ବଡ ପିଲା। ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା। ଆଜି ଜନ୍ମାଷ୍ଟମୀ। କୃଷ୍ଣ ବେଶ ହେବା ଲାଗି ଯେମିତି ଲାଗିଥିଲା ପ୍ରତିଯୋଗିତା। ଜିତିବା ଉଦ୍ଦେଶ୍ୟରେ ନୁହେଁ ବରଂ କିଛି ପ୍ରତିଭା ପ୍ରଦର୍ଶନ କରିବା ଲକ୍ଷ୍ୟରେ। ପିଲାମାନେ ଯେତିକି ଉତ୍ସାହିତ ଥିଲେ ତା ଠାରୁ ଅଧିକା ଉତ୍ସାହିତ ଥିଲେ ପରିବାର ଲୋକେ। ନିଜ ନିଜ ପିଲାଙ୍କୁ ସଜାଇଥିଲେ ରାଧାକୃଷ୍ଣ ବେଶରେ। ଆଉ ସମସ୍ତେ ସ୍କୁଲରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଭିନ୍ନ ପରିବେଶ। ପିଲାଙ୍କ ଠାରୁ ଗୁରୁଜୀ ଗୁରୂମା। ଅଭିଭାବକଙ୍କ ଠାରୁ ଦେଖଣାହାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ଥିଲା ରାଧାକୃଷ୍ଣ ବେଶଧାରୀଙ୍କ ଉପରେ। ଏଭଳି ଏକ କୃଷ୍ଣମୟ ପରିବେଶ ସୃଷ୍ଟି ହୋଇଥିଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୁଦୁକୁନିଆ, ମାହାଙ୍ଗାରେ । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତ୍ରିଲୋଚନ ରାଉତଙ୍କ ତତ୍ତ୍ଵାବଧାନରେ ଆୟୋଜିତ କୃଷ୍ଣ ବେଶ ପ୍ରତିଯୋଗୀତାରେ ୨୦ରୁ ଉର୍ଦ୍ଧ୍ବ ପିଲା ସାମିଲ ହୋଇଥିଲେ । ଗୁରୁମା ସାଗରିକା ସ୍ୱାଇଁ, କ୍ଷମାମୟୀ ସାହୁ, ରଶ୍ମିତା ଜେନା, ଅନ୍ନପୂର୍ଣ୍ଣା ସିହ୍ନା, ଲିଜାରାଣୀ ଯେନା ଓ ସ୍କୁଲର ଅପା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସବୁ ବେଶଧାରି ପିଲାମାନେ କୃଷ୍ଣ ଭଜନରେ ନୃତ୍ୟ କରିଥିଲେ। ଯାହାକି ସ୍କୁଲ ପରିବେଶ ଠାରୁ ବେଶ୍ ଭିନ୍ନ ଥିଲା । ସେହିପରି ସ୍ଥାନୀୟ ଲୋକେ ପିଲାଙ୍କ କଳା ପ୍ରତିଭାକୁ ଦେଖିଥିଲେ। ଯାହାକି ସେମାନଙ୍କୁ ବେଶ ପ୍ରଭାବିତ କରିଥିଲା ।

Leave A Reply

Your email address will not be published.