ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ନବଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ରାଜ୍ୟସ୍ତରୀୟ ଅଧିକାରୀ ତଥା ରାଜ୍ୟ ଶିକ୍ଷା ଉପ ନିର୍ଦ୍ଦେଶକ ଶ୍ରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ମାଲକାନଗିରି ଗସ୍ତରେ ଆସି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିବା ସାଙ୍ଗକୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କାଳିମେଳା ବ୍ଲକରୁ କରିଥିଲେ । ତାଙ୍କ ଗସ୍ତ ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମାନସ କୁମାର ଜେନା ଓ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣ୍ଡେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସେପ୍ଟେମ୍ବର ୮ ତାରିଖରେ ଆୟୋଜନ ହେଵାକୁ ଥିବା ଅନ୍ତର୍ଜାତୀୟ ସାକ୍ଷରତା ଦିବସ କାର୍ଯ୍ୟକ୍ରମ ପୂର୍ବରୁ ବିଭିନ୍ନ ବିଦ୍ୟାଳୟ, ଗ୍ରାମ ପଞ୍ଚାୟତ ଓ ବ୍ଲକସ୍ତରରେ ସାକ୍ଷରତା ସଭା ଓ ସଚେତନତା ରାଲି ଗୁଡିକର ଆୟୋଜନ କରାଯାଇ ସମସ୍ତଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଗୁଡିକର ପ୍ରାୟ ୧୨୫୦ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।