ଶିକ୍ଷକ ଅଭାବ କାରଣରୁ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ମାଲକାନଗିରି: ଶିକ୍ଷକ ଅଭାବ କାରଣରୁ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ । ବିଦ୍ୟାଳୟ ଫାଟକରେ ଝୁଲିଲା ତାଲା ।
ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଉଡୁପା ଗ୍ରାମ ପଞ୍ଚାୟତରେ ଥିବା ଆବାସିକ ବିଦ୍ୟାଳୟର । ଦିର୍ଘ ଦିନ ଧରି ଏହି ବିଦ୍ୟାଳୟରେ ପାଖା ପାଖି ୪୦୦ ଜଣ ଛାତ୍ର ଛାତ୍ରୀ ବିଦ୍ୟା ଅଧ୍ୟୟନ କରୁଥିବା ବେଳେ ଚାରି ଜଣ ଶିକ୍ଷକ ଶିକ୍ଷାଦାନ ସଠିକ ରୂପରେ ପ୍ରଦାନ କରୁନଥିବାରୁ ଏହାର ସିଧା ପ୍ରଭାବ ଆଦିବାସୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଉପରେ ପଡୁଥିଲା। ଯାହାକୁ ଗୁରୁତ୍ୱର ଭାବରେ ନେଇ ଅଭିଭାବକଙ୍କ ସହ ଉଡୁପା ଗ୍ରାମବାସୀ ମାନେ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଥିବା କଥା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ଅଭିଯୋଗ କରିବାର ଦିର୍ଘ ଦିନ ବିତିଗଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ଗ୍ରାମବାସୀ ମାନେ ବିଦ୍ୟାଳୟ ଫାଟକରେ ଦିର୍ଘ ସମୟ ଧରି ତାଲା ପକାଇ ଗେଟ ସମ୍ମୁଖରେ ଜଗି ରହିଥିଲେ । ପରେ ଏହାର ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୂଜବଳ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକ ଓ ଉଡୁପା ଗ୍ରାମବାସୀଙ୍କୁ ବୁଝାସୁଝା କରି ଆଜି ଜଣେ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରିବା ସହ ଯୁଦ୍ଧକାଳିନ ଭିତ୍ତିରେ ଅନ୍ୟ ଦୁଇ ଜଣ ଶିକ୍ଷକଙ୍କୁ ଉଡୁପା ଆବାସିକ ବିଦ୍ୟାଳୟରେ ନିଯୁକ୍ତି କରିବେ ବୋଲି ପ୍ରତିଶୃତି ଦେବା ପରେ ବିଦ୍ୟାଳୟରେ ତାଲା ଖୋଲା ଯାଇଥିଲା ।

Leave A Reply

Your email address will not be published.