କଟକ ,(ନୃସିଂହ ଚରଣ ଦାସ): ମା, କାନ୍ଦୁଥିଲା। ବାପା ପୁଅର ମୁହଁକୁ ମନେପକାଇ ନିଜକୁ ଧିକର କରୁଥିଲା। ଆଉ ଭାଇ ଖୋଜୁଥିଲା ଭାଇକୁ । କାହିଁକି ନା ସମସ୍ତଙ୍କର ଆଦରର ସରୋଜ ହଜିଯାଇଥିଲା ୫ ବର୍ଷ ହେଲା । ଆଉ ଆଜି ଯେତେବେଳେ ସରୋଜ ଗାଆଁକୁ ଆସିଛି ସେତେ ବେଳେ ୫ ବର୍ଷର ଦୁଃଖ ଉଭେଇ ଯାଇଛି ୫ ମିନିଟରେ ପରିବାର ଲୋକଙ୍କର। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଳକ ଧର୍ମାଗତପୁର ଗାଁରେ । ଗାଁର କାର୍ତ୍ତିକ ଭୂୟାଁ ଓ ଗୋଲାପ ଭୂୟାଁଙ୍କ ସାନ ପୁଅ ସରୋଜ । ଯାହାକୁ ବିଜୟୱାଡ଼ରେ କରଯାଇଥିଲା ଠାବ। ଆଉ ପରିବାର ଲୋକେ ଅନ୍ୟମାନଙ୍କ ସହାୟତାରେ ଫେରାଇ ଆଣିଛନ୍ତି ଘରକୁ। ପୁଅକୁ ପାଇବାକୁ ମା କରିଥିଲେ ମାନସିକ । ଅନେକ ଦେବଦେବୀଙ୍କୁ କରିଥିଲେ ପୂଜାପାଠ । ଶେଷରେ ଠାକୁର ଗୋଲପଙ୍କ ଡାକ ଶୁଣିଛନ୍ତି । ଗାଆଁକୁ ଫେରିଛି ସରୋଜ । ଗୋଲାପ ଓ କାର୍ତ୍ତିକ ଥିଲେ ଅତ୍ୟନ୍ତ ଗରିବ। ଦିନେ ଖାଇଲେ ଦିଦିନ ଓପାସ। ତିନୋଟି ପିଲାଙ୍କୁ ପୋଷିବା ଥିଲା କଷ୍ଟକର। ସେଥିଲାଗି ବଡ଼ପୁଅ ସାଜିଲା ଦିନ ମଜୁରିଆ। ଆଉ ମଝିଆ ଗାଡ଼ି ଚାଳକ। ହେଲେ ସାନ ସରୋଜ ହୋଟେଲରେ କାମ କରିବାକୁ ଗଲା ରାଜ୍ୟ ବାହାରକୁ । ବେଶ୍ କିଛି ଦିନ ଭଲରେ ସେ ସେଠାରେ ବି ରହିଲା । ଆଉ ଏବେ ଫେରିଛି ଘରକୁ।
Sign in
Sign in
Recover your password.
A password will be e-mailed to you.