ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସତସଙ୍ଗ କେନ୍ଦ୍ରର ଉନ୍ନତି ପାଇଁ ଆଲୋଚନା ଚକ୍ର ଅନୁଷ୍ଟିତ

ମାଲକାନଗିରି: କାଲିମେଳା ଓ ପଡିଆ ବ୍ଲକ ଅନ୍ତର୍ଗତ ୧୦୬ ଖଣ୍ଡ ଗ୍ରାମରୁ ଗାଁ ପ୍ରତି ୩ ଜଣ ଲେଖା ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଭକ୍ତ ପ୍ରତିନିଧି ଏକତ୍ରିତ ହୋଇ ଏକ ବୈଠକର ଆୟୋଜନ କରିଥିଲେ । ଏହି ସଭାରେ ଶ୍ରୀଯୁକ୍ତ ଦୁର୍ଗାପ୍ରସଦ ତ୍ରିପାଠୀ (ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି, ବିଜୁ ଜନତା ଦଳ) ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ପତିତ ପାବନ ବୈଦ୍ୟ (ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ମାଲକାନଗିରି) ବିଶିଷ୍ଟ ଅତିଥି, ଶ୍ରୀ ସୁଧାଂଶୁ ବିଶ୍ୱାସ (ଭୋଲା ବାବୁ) ସମ୍ମାନନୀୟ ଅତିଥି, ଶ୍ରୀ ସତ୍ୟନାରାୟଣ ଦେ ମୁଖ୍ୟବକ୍ତା, ସତସଙ୍ଗ କେନ୍ଦ୍ର ପରିଚାଳନା କମିଟି ତରଫରୁ ସଭାପତି ଶ୍ରୀ ଶିବୁ ଗୋଲ୍ ଦାର, ଶ୍ରୀ ଟନ୍ଟୁ ଦେ, ସମୀର ଗୋପ, ଧୀରଜ୍ ସାନା, ଶ୍ରୀମତି ପ୍ରମିଳା ବଡୋଇ, ଶ୍ରୀ ଆଶୋକ ବାବୁ, ମନିନ୍ଦ୍ରାନଥ ଗୋଲଦର୍ ଉପସ୍ଥିତ ରହି କେନ୍ଦ୍ରର ସର୍ବାଙ୍ଗୀନ ଉନ୍ନତି ପ୍ରକଳ୍ପେ ଆଲୋଚନା କରିଥିଲେ । ୧୦୬ ଗ୍ରାମର ଭକ୍ତ ପ୍ରତିନିଧି ମାନେ ଏକ ସ୍ୱରରେ ଦୁର୍ଗାପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଓଡ଼ିଶା ପ୍ରଗତିରେ ସାମିଲ୍ ହେବା ପାଇଁ ସଂକଳ୍ପ କରିଥିଲେ ।

Leave A Reply

Your email address will not be published.