ଜିଲ୍ଲା ସୀମାନ୍ତରୁ ସର୍ଚ ଅପରେସନ ବେଳେ ଆଇଡି ବୋମା ଉଦ୍ଧାର କଲେ ଯବାନ

ମାଲକାନଗିରି, ୧୦।୯: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁରକ୍ଷା ବାହିନୀକୁ ସର୍ଚ ଅପରେସନ ବେଳେ ଏକ ବଡ଼ ସଫଳତା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର ପାଖାଞ୍ଜୁର ଥାନା ଅନ୍ତର୍ଗତ କୋଏଲିବେଡା ଓ ସୁଲାଙ୍ଗି ରାସ୍ତାରେ ମାଓ ଦମନ ପାଇଁ ସୁରକ୍ଷା କର୍ମୀ ତଥା ଯବାନଙ୍କ ପକ୍ଷରୁ ସର୍ଚ ଅପରେସନ କରଯାଇ ଥିଲା । ଏହି ସମୟରେ ଯବାନ ମାନେ ଏହି ରାସ୍ତା ନିକଟରୁ ଗୋଟିଏ ଦୁଇ କିଲୋଗ୍ରାମ ଓଜନର ଆଇଡି ବୋମା ଉଦ୍ଧାର କରିଛନ୍ତି । ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ନକ୍ସଲମାନେ ଏହାକୁ ଲଗାଇଥିବା ବେଳେ ଯବାନ ମାନେ ଏଆହକୁ ସୁରକ୍ଷିତ ଭାବେ ଉଧାର କରି ନିଷ୍କ୍ରିୟ କରି ମାଓବାଦୀଙ୍କ ଏକ ବଡ ଯୋଜନାକୁ ପଣ୍ଡ କରିଛନ୍ତି । ସୁରକ୍ଷା ବାହିନୀର ଚତୁରତା ହେତୁ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା ବେଳେ ଯବାନଙ୍କ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.