ପରବର୍ତ୍ତୀ ଜି-୨୦ ଅଧ୍ୟକ୍ଷତା କରିବ ବ୍ରାଜିଲ

ପରବର୍ତ୍ତୀ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କଲେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ନୂଆଦିଲ୍ଲୀ: ପରବର୍ତ୍ତୀ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ। ଚଳିତ ସଂସ୍କରଣର ଅନ୍ତିମ ଦିନରେ ବ୍ରାଜିଲକୁ ଜି-୨୦ର ଅଧ୍ୟକ୍ଷତା ଭାର ସମର୍ପଣ କଲା ଭାରତ। ଆସନ୍ତା ବର୍ଷକୁ ବ୍ରାଜିଲରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

‘ଜି୨୦ ଶିଖର ସମ୍ମିଳନୀ’ ସମାପ୍ତି ଘୋଷଣା କରୁଛି ବୋଲି ଆଜି ‘ଭାରତ ମଣ୍ଡପମ୍’ରେ ସମ୍ମିଳନୀ ଉଦ୍‌ଯାପନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ସମ୍ମିଳନୀ ଉଦ୍‌ଯାପନୀ ଉଦ୍‌ବୋଧନରେ ସେ କହିଲେ, ଆଶା କରୁଛି ‘ଏକ ବିଶ୍ବ, ଏକ ପରିବାର ଓ ଏକ ଭବିଷ୍ୟତ’ ପାଇଁ ପରିକଳ୍ପିତ ମାର୍ଗ ଆନନ୍ଦ୍ରପ୍ରଦ ହେବ। ଆପଣମାନଙ୍କୁ ଧନ୍ୟବାଦ। ଭାରତର ‘ଜି୨୦’ ଅଧ୍ୟକ୍ଷତା ଆଉ ଅଢ଼େଇ ମାସ ଅଛି। ଚାଲନ୍ତୁ, ନଭେମ୍ବର ମାସରେ ‘ଜି୨୦’ର ଏକ ଭର୍ଚ୍ୟୁଆଲ୍‌ ଅଧିବେଶନ ଆୟୋଜନ କରିବା।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ‘ଜି୨୦ କାଠହାତୁଡ଼ି’ ପ୍ରଦାନପୂର୍ବକ ବ୍ରାଜିଲ୍‌ର ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବ୍ରାଜିଲ୍‌ର ରାଷ୍ଟ୍ରପତି ଲୁଲା ଦା ସିଲ୍‌ଭା ମଧ୍ୟ ତାଙ୍କ ଦେଶର ଅଧ୍ୟକ୍ଷତାର ଗୁରୁତ୍ବ ପ୍ରତିପାଦନ କରିବାକୁ ଯାଇ କହିଲେ ଯେ, ‘ଜି୨୦’ରେ ବ୍ରାଜିଲ୍‌ର ଅଧ୍ୟକ୍ଷତା ୩ଟି ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦେବ- ପ୍ରଥମତଃ, ସାମାଜିକ ଅନ୍ତର୍ଭୁକ୍ତିକରଣ ଓ କ୍ଷୁଧା ବିରୋଧରେ ସଂଗ୍ରାମ। ଦ୍ବିତୀୟତଃ, ଶକ୍ତି ସମ୍ପ୍ରସାରଣ ଓ ତା’ର ୩ଟି ସ୍ବରୂପ ଉପରେ ଦୀର୍ଘସ୍ଥାୟୀ ବିକାଶ। ତୃତୀୟତଃ, ବୈଶ୍ବିକ ଶାସନ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର। ଏଥିପାଇଁ ଆମ ଅଧ୍ୟକ୍ଷତାର ନୀତିବାକ୍ୟ ହେଉଛି- ସମୃଦ୍ଧ ବିଶ୍ବ ନିର୍ମାଣ ଓ ପ୍ରାକୃତିକ ସମ୍ବଳର ସୁବିନିଯୋଗ। ତାହା ହେଉଛି, ‘କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ବୈଶ୍ବିକ ମେଣ୍ଟ’ ଏବଂ ‘ଜଳବାୟୁ ପରିବର୍ତ୍ତନ ବିପକ୍ଷରେ ବୈଶ୍ବିକ ପ୍ରସ୍ତୁତି।

Leave A Reply

Your email address will not be published.