ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପରିଡାଙ୍କ ପରଲୋକ

ବଡ଼ଚଣା: ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମର ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରଦୀପ୍ତ ପରିଡାଙ୍କ (୭୫) ଗତକାଲି ଶାନ୍ତି ମେମୋରିଆଲ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ପ୍ରକାଶ ଯେ, ସ୍ବର୍ଗତ ପରିଡାଙ୍କ ଦେହ କିଛିଦିନ ତଳେ ଅସୁସ୍ଥ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଳାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥଲା । ଆଉ ସୁସ୍ଥଵି ହୋଇ ଘରକୁ ଫେରିଥିଲେ । କିଛି ଦିନ ବ୍ୟବଧାନ ପରେ ହଠାତ ତାଙ୍କ ଦେହ ପୁଣି ଖରାପ ହୋଇଗଲା । ତାଙ୍କୁ ସଙ୍ଗେ ସଙ୍ଗେ କଟକ ସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଚିକିତ୍ସା ପାଇଁ ନିଆ ଯାଇଥିଲା । ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟର ଖବର ପାଇଁ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଗଲା । ସ୍ବର୍ଗତ ପ୍ରଦୀପ୍ତ ପରିଡା ଜଣେ ଏକାଧାରରେ ରାଜନୀତିଜ୍ଞ, ସମାଜସେବା କରିବା ସହିତ ଏକ ପ୍ରତିଷ୍ଠିତ ଖବର କାଗଜ ସମାଜରେ କାର୍ଯ୍ୟରତ କରି ଅବସର ଗ୍ରହଣ କରିଥିଲେ । ତା ସଙ୍ଗେ ସଙ୍ଗେ ନିଜ ଗାଁ ଓ ଅଞ୍ଚଳ ପାଇଁ ବହୁତ ଗୁଡିଏ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି । ସ୍ବର୍ଗତ ପରିଡା ଚଣ୍ଡିଖୋଲ ପ୍ରେସ କ୍ଲବର ସଭାପତି ଥିବା ବେଳେ ଓକିଲାତି ପାସ କରିଥିବାରୁ ଚଣ୍ଡିଖୋଲ ଜିଲ୍ଲା ଦୌରାଜଜ କୋର୍ଟରେ ସେ ଆଇନଜୀବୀ ଭାବେ କାର୍ଯ୍ୟ ମଧ୍ୟ କରୁଥିଲେ । ଶିକ୍ଷାକୁ ଭଲ ପାଉଥୁବାରୁ ସେ ଚଣ୍ଡିଖୋଲର ସୁଭଦ୍ରାପୁର ଅଞ୍ଚଳରେ ଗଣପତି ଜ୍ଞାନ ମନ୍ଦିର ନାମରେ ଏକା ସ୍କୁଲ ମଧ୍ୟ ଖୋଲି ସେଠାରେ ପିଲା ମାନଙ୍କୁ ଶିକ୍ଷା ଦେଉଥିଲେ । ସେହିପରି ଏକ ଖବରକାଗଜ କଳିଙ୍ଗ ପ୍ରଭାର ପ୍ରତିଷ୍ଠାତା ଥିଲେ ଓ ସମ୍ପାଦକ ଭାବେ ରହି ପ୍ରକାଶ କରୁଥିଲେ । ସ୍ବର୍ଗତ ପରିଡା ଖାଲି ସେତିକି ନୁହେଁ ସେ ପୂର୍ବତନ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ନିଜ ଅଞ୍ଚଳ ପାଇଁ ବହୁତ ଗୁଡିଏ ବିକାଶ ମୂଳକ କାମ କରି ଚର୍ଚ୍ଚାରେ ରହିଥିଲେ l ସେ ଜଣେ ନମ୍ର, ଭଦ୍ର, ମିଷ୍ଠଭାସି, ପରୋପକାରୀ, ମେଳାପୀ, ସମାଜସେବୀ ଓ ଅଞ୍ଚଳ ପାଇଁ ଏକ ମୁରବି ଥିଲେ । ତାଙ୍କ ମୃତ୍ୟୁ ଖବର ପାଇଁ ନିଜ ଗାଁ ବାସଭବନକୁ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି, ଆଖପାଖ ଗ୍ରାମରୁ ବହୁ ଲୋକଙ୍କ ସୁଅ ଛୁଟିଥିଲା । ସ୍ବର୍ଗତ ପରିଡାଙ୍କ ମରଶରୀର କଟକରୁ ନିଜ ଗ୍ରାମ ଗରଗାଲିକୁ ନିଆଯିବା ପରେ ସେଠି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ପରେ ହଜାର ହଜାର ଲୋକଙ୍କ ଗହଣରେ ପୁରା ଗାଁରେ ଶୋଭାଯାତ୍ରା କରାଯାଇଥିଲା । ସମସ୍ତଙ୍କ ଆଖିରେ ଲୁହ ଆଉ ଅକମ୍ପା ବେଦନା । ସମସ୍ତେ କହୁଛନ୍ତି ଗାଁ ଓ ଅଞ୍ଚଳ ଆଜି ଏକ ମହାନ ଲୋକକୁ ବା ଜଣେ ମୁରବିଙ୍କୁ ହରାଇଲା । ଆଉ କେବେ ଏଭଳି ଲୋକ ଆମ ଗାଁରେ ଜନ୍ମ ନେବା ବିରଳ । ପରେ ପରେ ସ୍ବର୍ଗତ ପରିଡାଙ୍କ ମରଶରୀରକୁ ଚଣ୍ଡିଖୋଲ ପ୍ରେସ କ୍ଲବ, ଚଣ୍ଡିଖୋଲ କୋର୍ଟ ଏବଂ କଟକ ସ୍ଥିତ ବାସଭବନରେ ପରିକ୍ରମା କରାଯାଇ ପୁରୀ ସ୍ୱର୍ଗଦ୍ୱାରାରେ ସଂସ୍କାର ପାଇଁ ନିଆଯାଇଥିଲା । ଏକମାତ୍ର ପୁଅ ଡାକ୍ତର ପ୍ରଶାନ୍ତ ପରିଡା (ଏସସିଵି) ବାପାଙ୍କ ମୁଁହରେ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ପରିଡାଙ୍କ ବିଧବା ପତ୍ନୀ, ପାଞ୍ଚ ଝିଅ ଓ ଗୋଟେ ପୁଅ ଅଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି ହେବା ସହ ପରିବାରବର୍ଗଙ୍କୁ ଧର୍ଯ୍ୟ ଦିଅନ୍ତୁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା “ଗାଁରୁ ସହର” ପରିବାର ତରଫରୁ ।

Leave A Reply

Your email address will not be published.