ମାଲକାନଗିରି ତା ୨୬/୦୯/୨୩ରିଖ: ମାଲକାନଗିରି ବ୍ଳକ ଅନ୍ତର୍ଗତ ମାଟାପକା ପଞ୍ଚାୟତର କତାମାଟେରୁ ଗ୍ରାମସ୍ଥିତ ଅନୁସ୍ଵଚିତ ଜାତି ଜନଜାତି ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟ ଠାରେ ଅଭିଭାବକ ଏବେ ଭାଗିଦାରୀ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଦମ୍ବିନୀ ବାଚାରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ଧର ଯୋଗଦାନ କରି ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଜ୍ଞାନ ହିଁ ସର୍ବଶ୍ରେଷ୍ଠ ପନ୍ଥା, ସରକାର ଯୋଗାଇ ଦେଉଥିବା ବିଭିନ୍ନ ଯୋଜନାରୁ କିପରି ଭରପୁର ଫାଇଦା ପାଇ ଉତ୍ତମ ମଣିଷ ହୋଇ ପାରିବ ଏହା ସବୁ ଛାତ୍ରଛାତ୍ରୀ ଅବଗତ ହେବା ଆବଶ୍ୟକ। ଅନ୍ୟତମ ସ୍ଵତନ୍ତ୍ର ଅତିଥି ଭାବରେ ଡବ୍ଲୁ ଇ ଓ ସସ୍ମିତା ମାଝୀ ସରକାର ତଫସିଲ ଭୁକ୍ତ ଜାତି/ଜନଜାତି କିପରି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି ତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରାରମ୍ଭିକ ଆଦିବାସୀ ନୃତ୍ୟ ସଂଗୀତ ଗାନ କରାଯାଇଥିଲା ପରେ ଏହି କାର୍ଯ୍ୟକ୍ରମ ପାଳନ କରିବା ଉଦ୍ଦେଶ୍ୟ ବିଷୟରେ ସଂପୂର୍ଣ୍ଣ ବିବରଣୀ ପାଠ କରିଥିଲେ । ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ, ପୂର୍ବତନ ସରପଂଚ ବିନାୟକ ମାଡକ।ମୀ, ଡକ୍ଟର ଅରୁଣ ପ୍ରସାଦ ପଣ୍ଡା, ଏସ ଏମ ସି କମିଟି ସଦସ୍ୟ ମାନେ ଓ ଏହି କାର୍ଯ୍ୟକ୍ରମର ଦୁଇ ଶହରୁ ଅଧିକ ଅଭିଭାବକ ଯୋଗ ଦେଇ ନିଜ ମତାମତ ରଖିଥିଲେ। କୃତି ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ସରକାର ଦ୍ଵାରା ପ୍ରଦତ୍ତ କ୍ୟାଲେଣ୍ଡରକୁ ଅଭିଭାବକ ମାନଙ୍କୁ ବଣ୍ଟା ଯାଇଥିଲା। । ଅପରାହ୍ନରେ ଅଭିଭାବକମାନଙ୍କ ମଧ୍ୟରେ କୌତୁହଳ ପ୍ରତିଯୋଗିତା, ପରେ, ବେଲୁନ୍ ଖେଳ ଅନୁଷ୍ଠିତ କରି କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସର୍ବ ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ଏହା ପରେ ବନ୍ଧୁ ମିଳନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କ ତପସିଲ ଜାତି/ଜନଜାତି ବିଭାଗ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ, ମଙ୍ଗଳ ବିଭାଗ ଆର୍ଥିକ ସହାୟତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post