xmas

୬୦୪ କେଜି ଗଞ୍ଜେଇ ସହ ୩ ବୋଲେରୋ ଗାଡ଼ି ଜବତ କଲା ପୋଲିସ, ତିନି ଗିରଫ

ମାଲକାନଗିରି: ଗତ ରାତିରେ ମାଲକାନଗିରି ଆଦର୍ଶ ଥାନାର ଏସଆଇ ସର୍ବେଶ୍ବର ଭୋଇ ଓ ପୁଲିସ କର୍ମଚାରୀମାନେ ଚମ୍ପାଖାରୀ ଚେକଗେଟ ଠାରେ ଗାଡି ଯାଞ୍ଚ କରୁଥିଲେ। ତିନୋଟି ବୋଲେରୋ ଆସୁଥିବାର ଦେଖି ପୁଲିସ ଅଟକାଇ ଗାଡି ଯାଞ୍ଚ କରିଥିଲା। ତିନୋଟି ବୋଲେରୋ ଭିତରୁ ଗଞ୍ଜେଇ ମିଳିଥିଲା। ତାହାକୁ ଓଜନ କରିବାରୁ ‌ସେଥିରେ ୬୦୪ କିଲୋଗ୍ରାମ ଗଞ୍ଜେଇ ବାହାରିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ୪ ଜଣ କାବୁ କରିଥିଲ‌ା। ସେଥି ମଧ୍ୟରେ ଜଣେ ନାବାଳକ ରହିଥିଲା। ଅଭିଯୁକ୍ତ ୩ ଜଣ ହେଲେ ମାଲକାନଗିରି ତଳସାହିର ଏମ୍. ମୋହନ ରାଓ, ଚିତ୍ରକୋଣ୍ଡା ରାଜବନ୍ଧ ଅଞ୍ଚଳର ପଦ୍ମନ ମୁଦୁଲି, ନାକାମାମୁଡି ଅଞ୍ଚଳର ଶିବ ଶଙ୍କର ଖୀଲ। ଏନେଇ ପୁଲିସ ଥାନାରେ କେସ୍ ନଂ ୫୨୯/୨୩ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତମାନଙ୍କ ଠାରୁ ଗଞ୍ଜେଇ ଓ ବୋଲେରୋ ଜବତ କରିବା ସହିତ ୪ଟି ମୋବାଇଲ ଓ ୩୫୦ ଟଙ୍କା ଜବତ କରିଥିଲା। ଆଜି ୩ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକକୁ ବାଳ ସୁଧାର ଗୃହକୁ ପଠାଯାଇଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।

Leave A Reply

Your email address will not be published.