xmas

ଜଗନ୍ନାଥ ଓ ମାଉସୀ ମା ମନ୍ଦିର ପୁନରୁଦ୍ଧାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁଦାନରୁ ୨୫ ଲକ୍ଷ ଟଙ୍କା ମଞ୍ଜୁର

ମାଲକାନଗିରି, ୧।୧୦: ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିର ଓ ମାଉସୀ ମା ମନ୍ଦିରର ପୁନରୁଦ୍ଧାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫଣ୍ଡରୁ ୨୫ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏଥି ନିମନ୍ତେ ଆଜି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ବସିଥିଲା। ଏହି ବୈଠକରେ ମାଲକାନଗିରି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଭାତୀ ଝଡ଼ିଆ, ସହକାରୀ ନିର୍ବାହି ଯନ୍ତ୍ରୀ ଇଂ ଅଭିଜିତ ସେଠି ଯୋଗ ଦେଇ ମିଳିଥିବା ଅନୁଦାନ ସମ୍ପର୍କରେ ଘୋଷଣା କରିବା ସହିତ ଖୁବଶୀଘ୍ର ଦୁଇଟି ମନ୍ଦିର ମରାମତ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ଏହି ବୈଠକରେ ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଫୁଲ କୁମାର ପଣ୍ଡା, ରାଜପୌରହିତ ପଣ୍ଡିତ ବିନାୟକ ଶତପଥି, ସୀମାଞ୍ଚଳ ପଣ୍ଡା, ତ୍ରିନାଥ ପାଢ଼ୀ, ଦିବାକର ପାଳ, ବଳରାମ ପଣ୍ଡା, ରତ୍ନାକର ଦାଶ, ସାଇ ବାବା ପଟନାୟକ, ତ୍ରିନାଥ ରାଜୁ, ବ୍ରଜକିଶୋର ପାଳ ପ୍ରମୁଖ ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବିଶିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ମନ୍ଦିର ଦୁଇଟିର ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ। ଆଲୋଚନା ପରେ ବିଡ଼ିଓ ଦୁଇଟି ମନ୍ଦିର ପରିଦର୍ଶନ କରି ଏହି ଦୁଇଟି ମନ୍ଦିରର ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୫-ଟି ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁଦାନ ମନ୍ଦିର ଦୁଇଟିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବାରୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।

Leave A Reply

Your email address will not be published.