xmas

ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ସାଇବର ସୁରକ୍ଷା ଅଭିଯାନ ସଚେତନତା ରଥର ଶୁଭାରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଆଜି ସାଇବର ସୁରକ୍ଷା ଅଭିଯାନ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଏଥିରେ ଆରକ୍ଷୀ ଅଧିକ୍ଷକ ନିତେଶ ୱାଧନୀ, ଏସ.ଡି.ଜେ.ଏମ ରୁଦ୍ର ପ୍ରକାଶ ନାୟକ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲ୍ଲୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ.ଅନିଲ ମିଶ୍ର ଯୋଗ ଦେଇ ସଚେତନତା ରଥର ଶୁଭାରମ୍ଭ କରି ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ସେଗୁଡ଼ିକୁ ରୋକାଯିବାକୁ ହେଲେ କିଭଳି ପ୍ରସ୍ତୁତ ରହିବାକୁ ହେବ, ସେ ସମ୍ପର୍କରେ ଏହି ରଥ ଲୋକଙ୍କୁ ସଚେତନ କରିବ ବୋଲି କହିଥିଲେ । ଏ ଅବସରରେ ଜିଲ୍ଲାର ସାଇବର ସ୍ୱେଚ୍ଛାସେବୀଙ୍କୁ ଅତିଥିଙ୍କ ଦ୍ବାରା ଟି.ସାର୍ଟ ପ୍ରଦାନ କରାଯାଇଥିଲା । ପରେ ଏହି ସଚେତନତା ରଥ ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି ମାଲକାନଗିରି ମହାବିଦ୍ୟାଳୟରେ ପହଂଚିଥିଲା ।ଏହି ସଚେତନତା ରଥ ସାରା ଜିଲ୍ଲା ରେ,ସ୍କୁଲ,କଲେଜ ରେ ମଧ୍ୟ ସାଇବର ସୁରକ୍ଷିତ ସଂପର୍କ ରେ ସଚେତନତା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.