xmas

ଶ୍ରଦ୍ଧା କିଏ? ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶ୍ରଦ୍ଧା ନାମ୍ନୀ ମହିଳାଙ୍କୁ ନେଇ ବେଶ୍ କିଛି ଦିନ ହେବ ରାଜ୍ୟରେ ବହୁତ ଚର୍ଚ୍ଚା ଚାଲିଛି। ବିଶେଷ କରି ବିଜେପି ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚରା ଯାଇଥିଲା। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏନେଇ ବିବୃତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରଦ୍ଧା ହେଉଛନ୍ତି ମୋ ଫିଜିଓ ଥେରାପିଷ୍ଟ। ମୋ ଭଉଣୀ ଗୀତା ମେହଟ୍ଟା ତାଙ୍କୁ ପଠାଇଥିଲେ। ମୋ ଫିଜିକାଲ୍ ଫିଟ୍‌ନେସ୍‌ ପାଇଁ ମୋ ଭଉଣୀ ତାଙ୍କୁ ପଠାଇଥିଲେ।

ଶ୍ରଦ୍ଧାଙ୍କୁ ଭୁବନେଶ୍ୱରରେ ଏକ ସରକାରୀ ଘର ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। ଶ୍ରଦ୍ଧାଙ୍କୁ ସରକାରୀ ଘର ଦିଆଯାଇ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାଟିକାନ ଯାଇଥିବା ବେଳେ ଶ୍ରଦ୍ଧା ମଧ୍ୟ ତାଙ୍କ ସହିତ ଯାଇଥିଲେ।

ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ମଝିରେ ଛିଡ଼ା ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି ଶ୍ରଦ୍ଧା
Leave A Reply

Your email address will not be published.