କଂଗ୍ରେସର ବିଶାଳ ଜନ ସମାବେଶ: ବିଜେଡି ଓ ବିଜେପିର ହଜାରରୁ ଉର୍ଦ୍ଧ୍ବ କର୍ମୀ କଂଗ୍ରେସରେ ସାମିଲ

ରାଜ୍ୟ ଓ କେନ୍ଦ୍ରକୁ କଡା ଭର୍ତ୍ସନା କଲେ ପିସିସି ସଭାପତି

ମାଲକାନଗିରି: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ମାଲକାନଗିରି ଜିଲ୍ଲାରେ କଂଗ୍ରେସ ଦଳ ଶକ୍ତି ପ୍ରଦର୍ଶନ କରିଛି । କଂଗ୍ରେସର ଓଡିଶା ପ୍ରଭାରି ଚେଲ୍ଲା କୁମାରଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସୁକୁମା ବିଧାୟକ ତଥା ଛତିଶଗଡ ସରକାରଙ୍କ ଅବକାରୀ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ କବାସି ଲକ୍ଷ୍ମା ଆଜି ମାଲକାନଗିରି ଜିଲ୍ଲାରେ ବିରାଟ ରୋଡ୍ ଶୋ କରିଛନ୍ତି । ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ମୁଳ ନିବାସି ଜନ ଜାଗରଣ ସମାବେଶରେ ଯୋଗ ଦେବା ଲାଗି କଂଗ୍ରେସର ଏହି ଟାଣୁଆ ନେତା ମାନେ ଆଜି ମାଲକାନଗିରି ପହଞ୍ଚିଥିଲେ ହେଲେ ବିଶାଳ ଶୋଭାଯାତ୍ରା କରି ନିର୍ବାଚନ ପୁର୍ବରୁ ଦଶ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀଙ୍କ ସମ୍ମିଳନୀ ଏକ ପ୍ରକାର ନିଜର ଶକ୍ତି ପ୍ରଦର୍ଶନ କରିଛି । ମାଲକାନଗିରି ବସଷ୍ଟାଣ୍ଡରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦଳିୟ ନେତାଙ୍କୁ ସ୍ବାଗତ କରାଯିବା ପରେ ଆଦିବାସି ନୃତ୍ୟର ତାଳେ ତାଳେ ବିରାଟ ଶୋଭାଯାତ୍ରାରେ ମାଲକାନଗିରି ସହର ପରିକ୍ରମା କରିଥିଲା ପରେ ଡିଏନକେ ଖେଳ ପଡିଆ ଠାରେ ପହଞ୍ଚିଥିଲେ କଂଗ୍ରେସର ଏହି ହେଭି ୱେଟ୍ ନେତାଏ । ବିଶାଳ ଜନ ସମାବେଶରେ ପ୍ରଥମେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଢେମସା ନାଚ ଦେଖିବାକୁ ମିଳିଥିଲା । ପରେ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଲୋକଙ୍କୁ ଲମ୍ବା ଲମ୍ବା ଭାଷଣ ଦେଇଥିଲେ କଂଗ୍ରେସ ନେତା । ଗ୍ରାସ୍ ରୁଟରେ କଂଗ୍ରେସ କର୍ମୀ ମାନେ ବିଜେପି ଓ ବିଜେଡି ସରକାରଙ୍କ ବିଫଳତା ସଂପର୍କରେ ଲୋକଙ୍କୁ ବୁଝାଇବା ଆରମ୍ଭ କରିଛନ୍ତି । ଆଗାମି ୨୦୨୪ରେ ମାଲକାନଗିରି ସହ ରାଜ୍ୟରେ କଂଗ୍ରେସ ବିଜୟ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରି ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଛତିଶଗଡ ମନ୍ତ୍ରୀ କବାସି ଲକ୍ଷ୍ମା କହିଛନ୍ତି ଯେ ଛତିଶଗଡରେ ୨୫୦୦ ଟଙ୍କାରେ ଧାନ କିଣା ଯାଉଥିବା ବେଳେ ଓଡିଶାରେ ୧୨ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଏହା ବିକ୍ରି ହେଉଛି ତେଣୁ ଆଗାମି ନିର୍ବାଚନରେ ଓଡିଶାରେ କଂଗ୍ରେସ ସରକାର କରିବା ସହ କେନ୍ଦ୍ରରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବେ । ଏହି ଅବସରରେ ବିଧାୟକ ରମେଶ ଜେନା, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ନିମାଇଁ ସରକାର, ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର, ବରିଷ୍ଟ କଂଗ୍ରେସ ନେତା ମାଲା ମାଡ଼ି, ମଙ୍ଗୁ ଖିଲ, ଶରତ ଚନ୍ଦ୍ର ବୁରୁଦା, କୃଷ୍ଣ ଚନ୍ଦ୍ର ଅନୁଗୁ, ବରିଷ୍ଟ କଂଗ୍ରେସ ନେତା ଜି ଶ୍ରୀନିବାସ ରାଓ, କେଶୁ ରାଓ, ପ୍ରାଣ କୃଷ୍ଣ ମଣ୍ଡଳ, ଇସ।କ ଖୋସଲା, ରହିମ ଖାନ, ପର୍ଶୁରାମ ଭକ୍ତ, ଭିମା ୱର୍ସେ, ବିନାୟକ ପାତ୍ର, ପୁଷ୍ପା ରାଣୀ କବାସି, ଇର୍ମା ପୋଡିଆମୀ କଂଗ୍ରେସ ନେତା ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.