ମାଲକାନଗିରି: ମାଲକାନଗିରି ସ୍ଥିତ ଡିଏନକେ ପଡିଆରେ କଂଗ୍ରେସ ପକ୍ଷରୁ ମୂଳନିବାସୀ ଜନଜାଗରଣ ସଭା ଚାଲିଥିବା ବେଳେ ମଞ୍ଚ ଉପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନାଚିଛନ୍ତି। ଶ୍ରୀ ବାହନିପତି ନିଜର ବକ୍ତବ୍ୟ ରଖିବା ପରେ ନୃତ୍ୟ କରିବା ପାଇଁ କହିଥିଲେ। ଏହାପରେ ମଞ୍ଚ ଉପରେ ହେ ନବୀନ ଦେଖା ଦେ, ନହେଲେ ଜବାବ ଦେ ଗୀତରେ ନାଚିବା ଆରମ୍ଭ କରି ଦେଇଥିଲେ। ଏହାପରେ ତାଙ୍କୁ ଦେଖି ମଞ୍ଚରେ ବସିଥିବା କେତେକ ଅତଥିମାନେ ଓ ପାର୍ଶ୍ବରେ ଥିବା କଂଗ୍ରେସ ନେତାମାନେ ନାଚିବାରେ ଲାଗିଥିଲେ। ମଞ୍ଚ ଉପରେ ନେତାଙ୍କ ନୃତ୍ୟକୁ ଦେଇ ମଞ୍ଚ ତଳେ ଥିବା କର୍ମୀମାନେ ବେଶ ଉତ୍ସାହର ସହିତ ନାଚିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତଳେ ଥିବା ହଜାର ହଜାର କଂଗ୍ରେସ କର୍ମୀ ମାନେ ଏହି ଗୀତରେ ନାଚିଥିଲେ ।
Sign in
Sign in
Recover your password.
A password will be e-mailed to you.