xmas

ଯୁବ ମତ ବିନିମଯ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଅନୁଷ୍ଠିତ

ମାଲକାନଗିରି, ୬।୧୦: ମାଲକାନଗର ଜିଲ୍ଲା ସଦର ମହକୁମାର ଏମ.ଭି-୩ ସ୍ଥିତ ବି.ଏସ.ଏଫ କ୍ୟାମ୍ପଠାରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ବି.ଏସ.ଏଫର ସହାୟତାରେ ଆଜି ୧୫ ତମ ଆଦିବାସୀ ଯୁବ ମତ ବିନିମଯ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବି.ଏସ.ଏଫ୍ ଡି.ଆଇ.ଜି ଶୈଳେନ୍ଦ୍ର କୁମାର ସିହ୍ନ। ଯୋଗ ଦେଇ ମାଥିଲି ବ୍ଲକର ଦୂର୍ଗମ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଦ୍ୱାରା ଦେଶର ବିଭିନ୍ନ ରାଜ୍ୟର କଳା, ସଂସ୍କୃତି, ଚାଲିଚଳଣୀ ସମ୍ପର୍କରେ ଜ୍ଞାନ ଆହୋରଣ କରିପାରିବେ ବୋଲି କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବି.ଏସ.ଏଫ କମାଣ୍ଡେଣ୍ଟ ଶିବ ଓମ, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝି, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଶୁଭଞ୍ଜନ ମହାପାତ୍ର, ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଆକାରୀ ହରିଶ ରୁପାଲ ଯୋଗ ଦେଇଥିଲେ । ଆସନ୍ତା ୧୦ ତାରିଖଠାରୁ ୧୬ ତାଳରେ ପର୍ଯ୍ୟନ୍ତ ଚଣ୍ଡିଗଡ଼ଠାରେ ଅନୁଷ୍ଠିତ ହେବାକୁ ଥିବା ୧୫ ତମ ଅଦିବାସୀ ଯୁବ ମତ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସନ୍ତାକାଲି ଚଣ୍ଡିଗଡ଼କୁ ଯାତ୍ରା ଆରମ୍ଭ କରିବେ । ଜିଲ୍ଲାର ମାଥିଲି ବ୍ଲକର ବିଭିନ୍ନ ଦୁର୍ଗମ ଅଚଳର ୧୦ ଜଣ ବଳକ ଓ ୧୦ ଜଣ ବାଳିକାଙ୍କ ସମେତ ମୋଟ ୨୦ ଜଣ ଆଦିବାସୀ ଛାତ୍ରୀ ଯାତ୍ରା କରିବେ । ଏହି ସମୟରେ ପଞ୍ଜାବ ରାଜ୍ୟପାଳ, ମନ୍ତ୍ରୀ, କ୍ରୀଡ଼ାବିତ, ଅଭିନେତା, ଅଭିନେତ୍ରୀଙ୍କ ସମେତ ଶ୍ରେଷ୍ଟ ବ୍ୟକ୍ତିତ୍ଵକ ସହ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.